ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆପଣଙ୍କ ପାଖରେ କାର୍ ଅଛି? ଏକ ଲିଟର ତେଲରେ ଆପଣଙ୍କ କାର୍ କେତେ ଦୂର ଯିବ? ୨୦ କିମି, ୩୦ କିମି କିମ୍ବା ୫୦ କିମି । କଣ ଆପଣଙ୍କ କାର୍ ଏକ ଲିଟର ତେଲରେ ୧୦୦ କିମିରୁ ଅଧିକ ଯାଇ ପାରିବ? କିନ୍ତୁ ଏବେ ବଜାରକୁ ଆସିବାକୁ ଯାଉଛି ଏଭଳି ଏକ କାର୍ ଯାହାର ସକ୍ଷମ ରହିଛି ଏକ ଲିଟର ତେଲରେ ୨୫୦ କିମି ।
ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ଲୋକେ ଗାଡି ଚଳାଇବାକୁ ଡରୁଛନ୍ତି । କିନ୍ତୁ ନିକଟରେ ଏଭଳି ଏକ ଗାଡି ଉଦ୍ଭାବନ ହୋଇଛି, ଯାହା ଏକ ଲିଟର ତେଲରେ ୨୫୦ କିମି ଯାଇପାରୁଛି । ତେବେ ଏକ ଲିଟର ତେଲରେ ଗୋଟେ କାର୍ କେତେ କିଲୋମିଟର ଯାଇପାରିବ? ଏହାକୁ ନେଇ ଏସଆରଏମ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଏକ ପ୍ରୋଟୋଟାଇପ ପରୀକ୍ଷା କରିଥିଲେ, ଯିଏ ପ୍ରତି ଲିଟର ହିସାବରେ ୧୦୦ କିଲୋମିଟର ଯାଇ ପାରିବ । ଏହାବ୍ୟତୀତ ବିଆଇଟିଏସ ପିଲାନିଙ୍କ କାର୍ ଟି ଏକ ଲିଟର ତେଲରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିଥିଲା । କିନ୍ତୁ ଏହି ମାମଲାରେ ମୁମ୍ବାଇର କେଜି ସ୍ୟାମ୍ୟ କଲେଜ ଏକ ନିଆରା ରେକର୍ଡ କରିଛି । ଯାହାର ପ୍ରୋଟୋଟାଇପ ଟେଷ୍ଟରେ ଗାଡିଟି ୨୫୦ କିଲୋମିଟର ପର୍ଯ୍ୟନ୍ତ ଯିବାରେ ସଫଳ ହୋଇପାରିଛି ।
ସେଲ୍ ଇଣ୍ଡିଆର ଚେୟାରମ୍ୟାନ ନିତିନ୍ ପ୍ରସାଦଙ୍କ କହିବାନୁଯାୟୀ, ଇକୋ ମ୍ୟାରାଥନ ପକ୍ଷରୁ ଏହି ଛାତ୍ରମାନଙ୍କୁ ଏଭଳି ଗାଡି ତିଆରି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା, ଯାହା ସବୁଠୁ ଅଧିକ ଆଭରେଜ୍ ଦେଉଛି । ଚଳିତ ବର୍ଷ ଏହା ପ୍ରଥମ ଥର ପାଇଁ ମଦ୍ରାସ ମୋଟର ରେସ୍ ଟ୍ରାକରେ ହୋଇଥିଲା ।
ଚଳିତ ବର୍ଷ ଏହି ଛାତ୍ର ଟିମ୍ ଦୁଇଟି ଶ୍ରେଣୀରେ ଭାଗ ନେଇଥିଲେ । ଗୋଟେ ହେଉଛି ପ୍ରୋଟୋଟାଇପ୍ ଏବଂ ଅନ୍ୟଟି ହେଉଛି ଅରବନ କନସେପ୍ଟ । ଏହି ଅରବନ କନସେପ୍ଟ ଟିମ୍ କୁ ଇଞ୍ଜିନ୍ ର ଦୁଇ ପ୍ରକାର ହିସାବରେ ଗାଡି ଚଲାଇବାକୁ ଅନୁମତି ଦିଆଯାଇଥିଲା । ଏଥିରେ ଇଂଟରନାଲ କମବ୍ୟୁସନ୍(ପ୍ରେଟ୍ରୋଲ, ଡିଜେଲ ଏବଂ ବାୟୋଫୁଏଲ) ଏବଂ ଇଲେକ୍ଟ୍ରିକ୍ ବ୍ୟାଟେରୀ ସାମିଲ ଅଛି । ଉଦାହରଣ ପାଇଁ ଆଇଆଇଟି-ବିଏଚୟୁ ଏକ ହାଲୁକା ତିନି ଚକିଆ ଇବି ମୋଟର କଣ୍ଟ୍ରୋଲର ତିଆରି କରିଛନ୍ତି । ଏହାକୁ ଗୋଟେ ଥର ଚାର୍ଜ କରିବା ଦ୍ୱାରା ଏହା ୩୫୦ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ ।
ସେହିପରି ଏନଆଇଟି ରାୟପୁରର ଟିମ୍ ଏଭଳି ଇବି (ଇଲେକ୍ଟ୍ରିକ୍ ବାଇକ୍) ତିଆରି କରିଛନ୍ତି । ଯାହାର ବ୍ୟାଟେରୀର ଶକ୍ତି ଅଧିକରୁ ଅଧିକ ବ୍ୟବହାର କରିବାର ସକ୍ଷମ ରହିଛି । ଅନ୍ୟପଟେ ରାଞ୍ଚିର ଏନଆଇଏଫଏଫଟି ଛାତ୍ର ଟିମ୍ ଏଭଳି ପ୍ରୋଟୋଟାଇପ୍ ଇବି ତିଆରି କରିଛନ୍ତି । ଯାହା ଏକ କେଡବଲ୍ୟୁଏଚ ରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇ ପାରିବ । ଏହାବ୍ୟତୀତ ଇନ୍ଦିରାଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ ୟୁନିଭରସିଟି ଫର ବୁମେନ ଏଭଳି ପ୍ରୋଟୋଟାଇପ ଇବି ବିକାଶିତ କରିଛନ୍ତି ଯାହାକୁ ଗୋଟେ ଥର ଚାର୍ଜ କରିବା ଦ୍ୱାରା ୨୫୦ କିଲୋମିଟରରୁ ଅଧିକ ଯାତ୍ର କରି ପାରିବ ।