ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ଇନଫିନିକ୍ସ ତାର ନୂତନ ଲୋ’ ବଜେଟ ସ୍ମାର୍ଟଫୋନ ଇନଫିନିକ୍ସ ସ୍ମାର୍ଟ ୫ ଲଞ୍ଚ କରିଛି । ଏହି ଫୋନ୍ ଟିର ଦାମ୍ ଶସ୍ତା ହେବା ସହିତ ଏଥିରେ ଅନେକ ଫିଚର୍ସ ରହିଛି । ଏଥିରେ ୟୁଜର୍ସଙ୍କୁ ୧୩ ର ଡୁଆଲ ରିୟର କ୍ୟାମେରା ଏବଂ ୬୦୦୦ଏମଏଏଚ ର ବ୍ୟାଟେରୀ ମିଳିବ । ଯାହା ଗୋଟେ ଥର ଚାର୍ଜ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାକଅପ୍ ଦେଇପାରିବ ।
ଇନଫିନିକ୍ସ ସ୍ମାର୍ଟ ୫ କୁ ଭାରତରେ ସିଙ୍ଗଲ ଷ୍ଟୋରେଜ୍ ଭ୍ୟାରିଏଣ୍ଟ ରେ ଲଞ୍ଚ କରାଯାଇଛି । ଏହାର ଦାମ୍ ରହିଛି ୭,୧୯୯ ଟଙ୍କା ଏହି ଫୋନ୍ ଟି ଫେବୃଆରୀ ୧୮ ରେ ସେଲ ପାଇଁ ଉପଲବ୍ଧ ହେବ । ୟୁଜସ ଏହାକୁ ଇ-କମର୍ସ ସାଇଟ ଫ୍ଲିପକାର୍ଟରୁ କିଣି ପାରିବେ । ଏହି ଫୋନ୍ ଟି ଗ୍ରୀନ୍, ବ୍ଲ୍ୟୁ, ପର୍ପଲ ଏବଂ ଅକ୍ସିଡିୟନ ବ୍ଲାକ କଲରରେ ଉପଲବ୍ଧ କରାଯିବ ।
କମ୍ପାନୀ ଘୋଷଣା କରିଛି କି, ୟୁଜର୍ସ ଇନଫିନିକ୍ସ ସ୍ମାର୍ଟ ୫ ର କ୍ରୟ ଉପରେ ଆଡିଶନାଲ ଜିଓ ଫ୍ର୍ ଅନୁଯାୟୀ ୪୦୦୦ ଟଙ୍କାର ଲାଭ ଉଠାଇପାରିବେ । ସେହିଅନୁଯାୟୀ ୪୦ ଜିଓ କ୍ୟାଶବ୍ୟାକ ଭାଉଚର ଦିଆଯିବ ଯାହାର ଦାମ ୨୦୦୦ ଟଙ୍କା । ସେହିପରି ୨ ହଜାର ଟଙ୍କାର ପାର୍ଟନର ବ୍ରାଣ୍ଡ କୁପନ ମଧ୍ୟ ଦିଆଯିବ ।