ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ସେଥିପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ପକ୍ଷରୁ ଭାରତକୁ ଚେତାବନୀ ଦିଆଯାଇଛି । ଆଇଏମଏଫ ପକ୍ଷରୁ କୁହାଯାଇଛି କି, ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକ୍ କୁ ଆଣିବା ପାଇଁ ଭାରତକୁ ବହୁତ ଶୀଘ୍ର ଏକ ବଡ ପଦକ୍ଷେପ ଉଠାଇବା ଉଚିତ୍ । ଗ୍ଲୋବାଲ ଇକୋନମିକ୍ ଗ୍ରୋଥକୁ ବୃଦ୍ଧି କରାଇବା ମଧ୍ୟରେ ଏକ ଅର୍ଥବ୍ୟବସ୍ଥା ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା । ସେଥିପାଇଁ ଭାରତକୁ ଏକ ବଡ ପଦକ୍ଷେପ ନେବା ଉଚିତ୍ ।
ଏହି ମାମଲାରେ ଆଇଏମଏଫ୍ ର ଏସିଆ ଏବଂ ପ୍ରଶାନ୍ତର ମୁଖ୍ୟ ରନିଲ ସାଲଗୋଡା କହିଛନ୍ତି କି, ଲକ୍ଷାଧିକ ଭାରତୀୟଙ୍କୁ ଗରିବ ରେଖାରୁ ବାହାରକୁ ଆଣିବା ପରେ ଏବେ ଭାରତ ଆର୍ଥିକ ମନ୍ଦାବସ୍ଥା ଦେଇ ଗତିକରୁଛି । ଏହି ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଏବଂ ଅର୍ଥବ୍ୟବସ୍ଥା ଟ୍ରାକ୍ କୁ ଆଣିବା ଲାଗି ଭାରତକୁ ବହୁତ ଶୀଘ୍ର ନୀତିଗତ ଉପାୟର ଆବଶ୍ୟକତା ରହିଛି ।
ଅକ୍ଟୋବର ମାସରେ ଆଇଏମଏଫ୍ ପକ୍ଷରୁ ଭାରତର ୨୦୧୯ ଆର୍ଥିକ ବୃଦ୍ଧି ଦରକୁ ୬.୧ ପ୍ରତିଶତ କରାଯାଇଥିଲା । ଏହାସହିତ ୨୦୨୦ ରେ ଏହା ସାତ ପ୍ରତିଶତ ପର୍ଯ୍ୟନ୍ତ ପହଁଚି ଯିବାର ଅନୁମାନ କରାଯାଇଥିଲା ।
ମୁମ୍ବାଇରେ ଆୟୋଜିତ ହୋଇଥିବା ଇଣ୍ଡିଆ ଇକୋନମିକ୍ କନକ୍ଲେଭ ରେ ଆଇଏମଏଫ୍ ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପିନାଥ କହିଥିଲେ କି,ସଂସ୍ଥା ପକ୍ଷରୁ ଏହା ପୂର୍ବରୁ ଅକ୍ଟୋବର ମାସରେ ଅନୁମାନ ଜାରି କରାଯାଇଥିଲା । ଏହାସହିତ ଜାନୁଆରୀ ୨୦୨୦ରେ ଏହାର ସମୀକ୍ଷା କରାଯିବ ।