ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଲ ତାର ଆଇଫୋନ ୧୨ ସିରିଜ୍ କୁ ଲଞ୍ଚ କରି ଦେଇଛି । ଏହି ସିରିଜ୍ ଅନୁଯାୟୀ ୪ ଟି ଆଇଫୋନ ଲଞ୍ଚ କରାଯାଇଛି । ଯେଉଁଥିରେ ଆଇଫୋନ ୧୨ ମିନି, ଆଇଫୋନ ୧୨, ଆଇଫୋନ ୧୨ ପ୍ରୋ ଏବଂ ଆଇଫୋନ ୧୨ ପ୍ରୋ ମ୍ୟାକ୍ସ ସାମିଲ ଅଛି । ସେଥିରୁ ସବୁଠାରୁ ଛୋଟ ଏବଂ ଶସ୍ତା ହେଉଛି ଆଇଫୋନ ୧୨ ମିନି । ସେପଟେ ଆଇଫୋନ ୧୨ ସିରିଜ୍ ର ୪ଟି ଫୋନରେ ୫ଜି ର ସପୋର୍ଟ ଦିଆଯାଇଛି । ଏହାବ୍ୟତିତ ସମସ୍ତ ଆଇଫୋନରେ ଆପଲ ର ନୂତନ ଚିପସେଟ୍ ଏ୧୪ ବାୟୋନିକ ରହିଛି । ଏହି ଫୋନ ସହିତ ବକ୍ସର ଆଡପ୍ଟର ଏବଂ ଇୟରଫୋନ ବି ମିଳିବ ।
ଆଇଫୋନ ୧୨ ସିରିଜ୍ ର ଭାରତରେ କଣ ଦାମ୍ ରହିଛି ଆସନ୍ତୁ ଜାଣିବା । ଆଇଫୋନ ୧୨ ମିନି ର ୬୪ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ ୬୯,୯୦୦ ଟଙ୍କା ରହିଥିବା ବେଳେ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ ୭୪,୯୦୦ ଟଙ୍କା ଏବଂ ୨୫୬ ଜିବିର ଦାମ୍ ୮୪, ୯୦୦ ଟଙ୍କା ରହିଛି ।
ସେହିପରି ଆଇଫୋନ ୧୨ ର ୬୪ ଜିବି ଭ୍ୟାରିଏଣ୍ଟର ଦାମ୍ ୭୯,୯୦୦ ଟଙ୍କା, ୧୨୮ ଜିବି ର ଦାମ୍ ୮୪,୯୦୦ ଟଙ୍କା ଏବଂ ୨୫୬ ଜିବି ର ଦାମ୍ ୯୪,୯୦୦ ଟଙ୍କା ରହିଛି ।
ଆଇଫୋନ ୧୨ ପ୍ରୋର ୬୪ ଜିବି ଭ୍ୟାରିଏଣ୍ଟର ଦାମ୍ ୧,୧୯,୯୦୦ ଟଙ୍କା, ୧୨୮ ଜିବି ର ଦାମ୍ ୧,୨୯,୯୦୦ ଟଙ୍କା, ଏବଂ ୨୫୬ ଜିିବି ର ଦାମ୍ ୧,୪୯,୯୦୦ ଟଙ୍କା ରହିଛି ।
ଆଇଫୋନ ୧୨ ପ୍ରୋ ମ୍ୟାକ୍ସର ୧୨୮ ଜିବି ର ଦାମ୍ ୧,୨୯,୯୦୦ ଟଙ୍କା ଏବଂ ୨୫୬ ଜିବି ର ୧,୩୯,୯୦୦ ଟଙ୍କା ଏବଂ ୫୧୨ ଜିବି ର ଦାମ୍ ୯୦୦ ଟଙ୍କା ରହିଛି ।