ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଳ ଯାତ୍ରୀଙ୍କୁ ବଡ ଝଟକା । ଅନଲାଇନ୍ ରେ ଟିକେଟ ବୁକିଂ କରିବା ହେବ ମହଙ୍ଗା । ଆଜ୍ଞା ହଁ ଏନେଇ ଏବେ ଯାତ୍ରୀଙ୍କୁ ଦେବାକୁ ପଡିବ ସର୍ଭିସ ଚାର୍ଜ । ଟ୍ରେନ୍ ରେ ଯାତ୍ରା କରିବାକୁ ହେଲେ ଅନଲାଇନ୍ ରିର୍ଜଭେସନ ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଭାରତୀୟ ରେଳବାଇର ନୂତନ ନିୟମ ।
ଭାରତୀୟ ରେଳବାଇ ପକ୍ଷରୁ ପୁର୍ନବାର ସର୍ଭିସ ଚାର୍ଜ ନେବାର ନିଷ୍ପତି ନିଆଯାଇଛି । ଯେଉଁଥିରେ ମାର୍କେଟିଂ ଏବଂ ବିକ୍ରି ସେବା ସାମିଲ ଅଛି । ରିପୋର୍ଟ ମୁତାବକ ନେଣ ଦେଣକୁ ବୃଦ୍ଧି କରାଇବା ପାଇଁ ପୂର୍ବରୁ ସରକାରଙ୍କ ପକ୍ଷରୁ ଇ-ଟିକେଟ ଉପରେ ସର୍ଭିସ ଚାର୍ଜକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ଏବେ ପୁଣି ଥରେ ଏହି ଚାର୍ଜକୁ ଲାଗୁ କରାଯିବ । ସେଥିପାଇଁ ପୂର୍ବରୁ ସ୍ଲିପର କ୍ଲାସ ଟିକେଟ ପାଇଁ ୨୦ ଟଙ୍କା ଏବଂ ଏସି ବଗିରେ ସିଟ୍ ପାଇଁ ୪୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡୁଥିଲା ।
ପୂର୍ବରୁ ସର୍ଭିସ ଚାର୍ଜ ନନେବାର ଏହି ବ୍ୟବସ୍ଥା ଜୁନ୍ ୨୦୧୭ ପର୍ଯ୍ୟନ୍ତ ଥିଲା । ପରେ ଏହାର ସମୟ ସୀମାକୁ ବଢାଇ ଦିଆଯାଇଥିଲା । ସର୍ଭିସ ଚାର୍ଜ ଦ୍ୱାରା ହେଉଥିବା ଆୟ ରେଳବାଇର ସମୁଦାୟ ଆୟର ବଡ ଯୋଗଦାନ ଥିଲା । ସେଥିପାଇଁ ଭାରତୀୟ ରେଳବାଇର କ୍ୟାଟେରିଂ ଏବଂ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ର ଆୟ ଉପରେ ଏହାର ପ୍ରଭାବ ପଡିଛି । ଆଇଆରସିଟିସି କୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୮୮ କୋଟି ଟଙ୍କା ପ୍ରତିପୂରଣ ହେବାର ଥିଲା, କିନ୍ତୁ ଏହି ଟଙ୍କା ପ୍ରର୍ଯ୍ୟାପ୍ତ ନଥିଲା ।
ରେଳବାଇ ବୋର୍ଡର ଜଏଣ୍ଟ ଡିରେକ୍ଟର ଟ୍ରାଫିକ କମର୍ଶିଆଲ ଜେନେରାଲ ବିଏସ କିରଣ ଦ୍ୱାରା ଲେଖାଯାଇଥିବା ଚିଠିରେ ପୁର୍ନବାର ସର୍ଭିସ ଚାର୍ଜ ଲଗାଯିବାର କଥା କୁହାଯାଇଛି । ହୁଏତ ଏନେଇ ଏବେ ଆଇଆରସିଟିସି ର ସମସ୍ତ ନିର୍ଦ୍ଦେଶକ ଆଲୋଚନା କରିବେ ଏବଂ ତାପରେ ସର୍ଭିସ ଚାର୍ଜ ର ଦର ପକା କରାଯିବ ।