ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଳ ଯାତ୍ରୀଙ୍କୁ ଝଟକା । ସେପ୍ଟମ୍ବର ୧ରୁ ରେଳ ଯାତ୍ରା ମହଙ୍ଗା ହବ । ଭାରତୀୟ ରେଳବାଇ ପକ୍ଷରୁ ପୁର୍ନବାର ଇ-ଟିକେଟ ଉପରେ ସର୍ଭିସ ଚାର୍ଜ ଲାଗୁ କରାଯିବାର ନିଷ୍ପତି ନିଆଯାଇଛି ।ଏବେ ଆଇଆରସିଟିସି ରେ ଅନଲାଇନ୍ ଟ୍ରେନ ଟିକେଟ୍ ବୁକ୍ କରିବା ଦ୍ୱାରା ରେଳ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ଆଇଆରସିଟିସି ଦ୍ୱାରା ଟିକେଟ ରିଜର୍ଭେସନ ପାଇଁ ଯାତ୍ରୀଙ୍କୁ ୨୦ ରୁ ୪୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିବ ।
ଆଇଆରସିଟିସି ପକ୍ଷରୁ ଜାରି ହୋଇଥିବା ବୟାନ ଅନୁଯାୟୀ , ସର୍ଭିସ୍ ଚାର୍ଜ ଲାଗୁ ହେବା ପରେ ଏସି ଟିକେଟ ପାଇଁ ୩୦ ଟଙ୍କା ଏବଂ ବିନା ଏସି ଟିକେଟ ପାଇଁ ୧୫ ଟଙ୍କା ଦେବାକୁ ପଡିବ । ଏହାବ୍ୟତିତ ଏହାଉପରେ ଜିଏସଟି ଦେବାକୁ ପଡିବ । ସେହିପରି ସ୍ଲିପର ଇ-ଟିକେଟ ପାଇଁ ୨୦ ଟଙ୍କା ସର୍ଭିସ ଚାର୍ଜ, ଏସି କ୍ଲାସ ପାଇଁ ୪୦ ଟଙ୍କା । ଅନ୍ୟପଟେ ସ୍ଲିପର କ୍ଲାସ ପାଇଁ ଭିମ୍ ଆପ୍ ଯୋଗେ ୧୦ ଟଙ୍କା ସର୍ଭିଜ ଚାର୍ଜ ଲାଗିବା ବେଳେ ଏସି କ୍ଲାସ ପାଇଁ ୨୦ ଟଙ୍କା ସର୍ଭିସ ଚାର୍ଜ ଲାଗିବ ।
ଖବରମୁତାବକ, ୨୦୧୬ ରେ ହୋଇଥିବା ବିମୁଦ୍ରିକରଣ ପରେ ମୋଦି ସରକାରଙ୍କ ପକ୍ଷରୁ ଡିଜିଟାଲ ନେଣ ଦେଣକୁ ବୃଦ୍ଧି କରାଇବା ପାଇଁ ଇ-ଟିକେଟ ଉପରେ ଲାଗୁଥିବା ସର୍ଭିସ ଚାର୍ଜକୁ ଉଠାଇ ଦିଆଯାଇଥିଲା । ଏବେ ପୁଣି ଥରେ ଇ-ଟିକେଟ ଉପରେ ଲାଗୁ କରାଯିବାକୁ ନେଇ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି ।