ଝାରସୁଗୁଡା (ଏଟିଆର ବ୍ୟୁରୋ ) ; ଝାରସୁଗୁଡା ବିମାନ ବନ୍ଦରରେ ପ୍ରଥମଥର ଲାଗି ଅବତରଣ କଲା ବାୟୁସେନାର ବିମାନ ବୋଇଂ-୭୩୭ । ଗତକାଲି ପ୍ରଥମ ଥର ଲାଗି ଓଡିଶାର ଝାରସୁଗୁଡାରେ ନୁଆ କରି ନିର୍ମାଣ ହୋଇଥିବା ବିମାନ ବନ୍ଦରରେ ଓହ୍ଲାଇଥିଲା ବାୟୁସେନାର ବିମାନ ବୋଇଂ-୭୩୭ । ଏହି ବିମାନ ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିୟ ବିମାନ ବନ୍ଦରରୁ ସିଧାସଳଖ ଝାରସୁଗୁଡା ବିମାନ ବନ୍ଦରକୁ ଉଡାଣ ଭରିଥିଲା । ଏଠାରେ ସଫଳତାର ସହ ଅବତରଣ କରିଥିଲା ବିମାନ ବୋଇଂ-୭୩୭ ।
ଏହି ବୋଇଂ ବିମାନରେ ଦିଲ୍ଲୀରୁ ଦୁଇଜଣ ପାଇଲଟଙ୍କ ସମେତ ଜଣେ ବୈଷୟିକ ଅଧିକାରୀ ଆସି ଝାରସୁଗୁଡାରେ ନୁଆ କରି ନିର୍ମାଣ ହୋଇଥିବା ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କରିଥିଲେ । ପାଖାପାଖି ୩୦ ମିନିଟ କାଳ ବିମାନ ବନ୍ଦରରେ ରହି ବୋଇଂ-୭୩୭ ପୁଣି ଦିଲ୍ଲୀ ଫେରିଯାଇଥିଲା । ସୂଚନାଯୋଗ୍ୟ ଆସନ୍ତା ୨୨ତାରିଖରେ ଉଦ୍ଘାଟିତ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ଖୋଦ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗ୍ରସ୍ତରେ ଆସି ଏହି ନୂତନ ବିମାନ ବନ୍ଦରର ଉଦଘାଟନ କରିବେ ବୋଲି ଜଣାପଡିଛି ।