ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁକେଶ ଅମ୍ବାନୀଙ୍କ ରିଲିଆନ୍ସ ଜିଓ ପକ୍ଷରୁ ଶୁକ୍ରବାର ଦିନ ଜିଓ ଗ୍ରାହକଙ୍କ ପାଇଁ ୪ଟି ମାସିକିଆ ପ୍ଲାନର ଘୋଷଣା କରାଯାଇଛି । ଏହି ପ୍ଲାନ ୭୫ ଟଙ୍କାରୁ ଆରମ୍ଭ ହୋଇ ୧୮୫ ଟଙ୍କା ମଧ୍ୟରେ ରହିଛି ।
ଜିଓ ପକ୍ଷରୁ ଆଇୟୁସି ଚାର୍ଜ ଲାଗୁ ହେବା ପରେ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଅଲ ଇନ୍ ୱାନ ପ୍ଲାନ ଲାଞ୍ଚ କରାଯାଇଥିଲା । ଏବେ ଜିଓ ଫୋନ୍ ଗ୍ରାହକଙ୍କ ପାଇଁ ଅଲ୍ ଇନ୍ ୱାନ ପ୍ଲାନ ର ଘୋଷଣା କରାଯାଇଛି । ଅଲ ଇନ୍ ୱାନ ପ୍ଲାନରେ ଡାଟା ସହିତ ଜିଓ ପକ୍ଷରୁ ଆୟୁସି କଲିଂ ବି ଯୋଡା ଯାଇଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି କି, ଏହି ନୂତନ ପ୍ଲାନ ଉପଭୋକ୍ତାଙ୍କ ପାଇଁ ସୁବିଧା ହେବ । ଅସିମିତ ଭଏସ ଏବଂ ଡାଟା ପାଇଁ ରିଲିଆନ୍ସ ଜିଓ ସବୁଠାରୁ କମ୍ ମାନେ ୭୫ ଟଙ୍କିଆ ପ୍ଲାନ ଆଣିଛି । ଏହି ପ୍ଲାନ ରେ ୭୫ ମିନିଟ୍ ଆୟଚସି କଲିଂ ସମେତ ୩ ଜିବି ଡାଟା ମିଳିବ । ଏହାସହିତ ଜିଓ ରୁ ଜିଓକୁ କଲିଂ ସେବା ପୂର୍ବ ଭଳି ମାଗଣା ରହିବ ।
ଅପରପକ୍ଷେ ଅନ୍ୟ ତିନୋଟି ପ୍ଲାନ ୧୨୫ , ୧୫୫ ଏବଂ ୧୮୫ ଟଙ୍କିଆ ରହିଛି । ସମସ୍ତ ପ୍ଲାନରେ ଜିଓ ରୁ ଜିଓ କଲିଂ ମାଗଣା ରହିବ । ଏହାବ୍ୟତିତ ୫୦୦ ମିନିଟ୍ ର ଆୟଚସି କଲିଂ ମଧ୍ୟ ମିଳିବ । ଏହି ସମସ୍ତ ପ୍ଲାନର ଅବଧି ୨୮ ଦିନ ପାଇଁ ରହିବ । ଏହି ପ୍ଲାନର ବିଶେଷତ୍ୱ ହେଉଛି କେବଳ ୩୦ ଟଙ୍କା ଅତିରିକ୍ତ ଦେଇ ଗ୍ରାହକ ତାଙ୍କର ଡାଟାକୁ ଡବଲ କରିପାରିବେ । ୧୨୫ ଟଙ୍କାରେ ୧୪ ଜିବି ଡାଟା ମିଳିବ । ସେହିପରି ୧୫୫ ଟଙ୍କିଆ ପ୍ଲାନରେ ୨୮ ଜିବି ଡାଟା ଏବଂ ୧୮୫ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୫୬ ଜିବି ଡାଟା ମିଳିବ ।