Aiims ଚାକିରି କରିବା ଲାଗି ଚାହୁଁଛନ୍ତି କି? ପାଟଣାରେ ଥିବା ଏମ୍ସ ଲାଗି ଡାଟା କଲେକ୍ଟରର ପଦବୀ ଖାଲି ରହିଛି । ନିଯୁକ୍ତି ପାଇଁ ମଧ୍ୟ ଏବେ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଆପଣ ଆବେଦନ କରିବାକୁ ଚାହୁଁଛନ୍ତି କି?
ତେବେ ଶୀଘ୍ର ଆବେଦନ କରନ୍ତୁ ।
ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୨୦୧୮ ଡିସେମ୍ବର ୧୮ । ଆବେଦନକାରୀ ଗ୍ରାଜୁଏଟ ସହ ଏହି କ୍ଷେତ୍ରରେ କମ ସେ କମ ଏକ ବର୍ଷର ଏକ୍ସପିରିଅନ୍ସ ରହିବା ଜରୁରୀ । ଏହା ସହ କମ୍ପ୍ୟୁଟରର ଅଭିଜ୍ଞତା ମଧ୍ୟ ରହିବା ଆବଶ୍ୟକ ।
ଡାଟା କଲେକ୍ଟର ଲାଗି ଦରମା ଦିନକୁ ୧୦୦୦ ଟଙ୍କା । ଆବେଦନ କରିବାର ବୟସ ସୀମା ୩୦ ବଷୟ ପର୍ଯ୍ୟନ୍ତ ରହିଛି । ଆପଣ ଏହାକୁ ଅନଲାଇନ ଆବେଦନ କରିପାରିବେ । ଏଥିଲାଗି କୌଣସି ଟଙ୍କା ଦେବାକୁ ପଡିବ ନାହିଁ ।
କିପରି କରିବେ ଆବେଦନ
ଆପଣ ଅଫଲାଇନ୍ ସାହାଯ୍ୟରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ଆପଣ ଆବେଦନ ପତ୍ରରେ – department of community and family medicine,first floor,college building, aims patna , pincode-801507
ଠିକଣାରେ ଜମା କରିଦିଅନ୍ତୁ । ଆବେଦନ ପତ୍ର ସହ ନିଜ ଡକ୍ୟୁମେଣ୍ଟ ର ସେଲ୍ଫ ଆଟେଷ୍ଟେଡ ଫଟୋ କପି ଜମା କରିବାକୁ ପଡିବ ।