ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ମହାମାରୀ କରୋନା । ଏପରିକି ଲୋକଙ୍କୁ ତାଙ୍କ ପିଏଫ ଟଙ୍କା ଉଠାଇବାକୁ ପଡୁଛି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିଏଫ ଆକାଉଣ୍ଟକୁ ନେଇ ତାଙ୍କ ନିକଟରେ ସବିଶେଷ ସୂଚନା ନଥାଏ । ଯେପରିକି ଆକାଉଣ୍ଟରେ ବାଲାନ୍ସ ଚେକ୍ କରିବା ଆଦି । ଅବଶ୍ୟ ପିଏଫ ବାଲାନ୍ସ ଚେକ୍ କରିବାର ଅନେକ ଉପାୟ ରହିଛି, ଯାହା ଇପିଏଫର ଅଫିସିଆଲ ୱେବସାଇଟରେ ସୂଚିତ କରାଯାଇଛି । କିନ୍ତୁ ବାଲାନ୍ସ ଚେକ୍ କରିବାର ସବୁଠାରୁ ସହଜ ଉପାୟ ହେଉଛି ମିସ୍ଡ କଲ ।
ଆପଣ କେବଳ ଗୋଟେ ମିସ୍ଡ କଲ କରି ପିଏଫ ବାଲାନ୍ସ ଚେକ୍ କରିପାରିବେ । ସେଥିପାଇଁ ଆପଣଙ୍କୁ ଆପଣଙ୍କ ପିଏଫ ଆକାଉଣ୍ଟରେ ପଞ୍ଜିକୃତ ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬ ମିସ୍ଡ କଲ କରିବାକୁ ହେବ । ଏହାପରେ ଆପଣଙ୍କ ନିକଟକୁ ଏକ ମେସେଜ ଆସିବ । ଯେଉଁଥିରେ ଆପଣଙ୍କୁ ଆପଣଙ୍କ ଆକାଉଣ୍ଟରେ ଥିବା ପିଏଫ ବାଲାନ୍ସର ସୂଚନା ମିଳି ପାରିବ ।
ଏହାବ୍ୟତିତ ଆପଣ ଗୋଟେ ମେସେଜ ଜରିଆରେ ମଧ୍ୟ ପିଏଫ ବାଲାନ୍ସ ଜାଣି ପାରିବେ । ଅବଶ୍ୟ ଏହି ଦୁଇଟି ସେବା ପାଇଁ ଆପଣଙ୍କୁ ୟୁଏଏନ (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ଆକ୍ଟିଭ କରିବାକୁ ହେବ । ଯଦି ଆପଣ ଏସଏମଏସ ଜରିଆରେ ପିଏଫ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଇପିଏଫଓଏଚଓ ୟୁଏଏନ ଟାଇପ କରି ୭୭୩୮୨୯୯୮୯୯ କୁ ପଠାନ୍ତୁ ।