ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେଟିଏମ ତାର ହାଇ ପରଫରମାନ୍ସ ବାଇକ ୧୨୯୦ ସୁପର ଡ୍ୟୁକ ଆରଆର ଲଞ୍ଚ କରିଛି । ଏହି ବାଇକର କେବଳ ୫୦୦ ୟୁନିଟ୍ସ ହିଁ ପ୍ରସ୍ତୁତ କରାଯିବ । କମ୍ପାନୀ କହିଛି କି, ବର୍ତ୍ତମାନ ଏହାର ଟେଷ୍ଟିଂ ଚାଲିଛି ଏହାପରେ ଉତ୍ପାଦନ ଆରମ୍ଭ ହେବ ।
୧୨୯୦ ସୁପର ଡ୍ୟୁକର ଏକ ରିଭାଇଜ୍ଡ ଭର୍ସନ ହେଉଛି ୧୨୯୦ ସୁପର ଡ୍ୟୁକ ଆରଆର । ଏହି ବାଇକରେ ୧୩୦୧ ସିସି ର ବି-ଟ୍ୱିନ ଇଞ୍ଜିନ ଲଗାଯାଇଛି । ଯାହା ୧୮୦ ବିଏଚପିର ପାୱର ଏବଂ ୧୪୦ ଟନ୍ ନ୍ୟୁଟନ ମିଟରର ଟାର୍କ ଜେନେରେଟ କରିବାରେ ସକ୍ଷମ । ଏହାର ମୋଟ ଓଜନ ୧୮୦ କିଲୋଗ୍ରମର ଏବଂ ଏହାର ତାର ପୁରୁଣା ମଡେଲଠାରୁ ୯ କିଲୋଗଆମ ହାଲୁକା ।
ଏହି ବାଇକ୍ କୁ ପ୍ରସ୍ତୁତ କରିବା ପାଇଁ କାର୍ବନ ଫାଇବରର ବଡି ପ୍ୟାନେଲ ଏବଂ ଆଲୁମିନିୟମ ଫ୍ରେମ ର ବ୍ୟବହାର କରାଯାଇଛି । ଏଥିରେ ସୁପରଲାଇଟ ଲିଥିୟମ ଆୟନ ବ୍ୟାଟେରୀ ଲଗାଇଛି କମ୍ପାନୀ । ସେହିପରି ଯଦି ଫିଚର୍ସ କଥା କହିବା ତେବେ ଏହି ବାଇକରେ କ୍ରୁଜ୍ କଣ୍ଟ୍ରୋଲ, ସୁପରମୋଟୋ ଡୁଆଲ ଚ୍ୟାନେଲ ଏବିଏସ, ଟାୟର ପ୍ରେଶର ମନିଟରିଙ୍ଗ ସିଷ୍ଟମ ଏବଂ କିଲେସ ଅପରେସନ ଭଳି ଫିଚର୍ସ ରହିଛି ।