ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଲଜି କମ୍ପାନୀ ତାର ମୋବାଇଲ ବିଜନେସ ବନ୍ଦ କରିବାର ଘୋଷଣା କରିଛି । କମ୍ପାନୀ ମୁତାବକ, ମୋବାଇଲ ଫୋନ ବିଜନେସ ୟୁନିଟ ବନ୍ଦ କରିବା ଦ୍ୱାରା ଇଲେକ୍ଟ୍ରିକ ହ୍ୱିକଲ କମ୍ପୋନେଣ୍ଟସ, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, କନେକ୍ଟେଡ ଡିଭାଇସ, ସ୍ମାର୍ଟ ହୋମ୍ସ, ବିଜନେସ ଟୁ ବିଜନେସ ସଲ୍ୟୁସନ ଭଳି ଏରିଆ ଉପରେ ଧ୍ୟାନ କେନ୍ଦ୍ରିତ କରିବ କମ୍ପାନୀ । ଏହାସହିତ ଷ୍ଟକକୁ ଶେଷ କରିବା ପାଇଁ କମ୍ପାନୀ ତାର ସ୍ମାର୍ଟଫୋନକୁ ମାର୍କେଟରେ ଉପଲବ୍ଧ କରାଇବ । ଏହାବ୍ୟତିତ କମ୍ପାନୀ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ସର୍ଭିସ ସପୋର୍ଟ ଏବଂ ସଫ୍ଟୱେୟାର ଅପଡେଟ ଜାରି କରିବ ।
ଚଳିତବର୍ଷ ଜୁଲାଇ ପର୍ଯ୍ୟନ୍ତ ମୋବାଇଲ ଫୋନ ବିଜନେସକୁ ବନ୍ଦ କରିବାର କାମ କରିପାରେ କମ୍ପାନୀ । ଅବଶ୍ୟ ୩୧ ଜୁଲାଇ ପରେ ମଧ୍ୟ ଷ୍ଟକ ରେ କିଛି ସ୍ମାର୍ଟଫୋନ୍ ଉପଲବ୍ଧ ରହିପାରେ ।
ମିଡିଆ ରିପୋର୍ଟ ମୁତାବକ, ଏଲଜି ପୂର୍ବରୁ ହିଁ ତାର କିଛି କର୍ମଚାରୀଙ୍କୁ ଫୋନ ଡିଭିଜନରୁ ବିଜନେସ ୟୁନିଟକୁ ସ୍ଥାନାନ୍ତରିତ କରିଦେଇଛି ।