ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଏଲଜି ତାର ଭି୬୦ ଥିନକ୍ୟୁ ୫ଜିକୁ ଅପଗ୍ରେଡ ଡୁଆଲ ସ୍କ୍ରିନ ସହିତ ବଜାରରେ ଲଞ୍ଚ କରିଛି । ଏହାସହିତ ଏଥିରେ ସ୍ନାପଡ୍ରାଗନ ୮୬୫ ପ୍ରୋସେସର ରହିଛି । ଏହି ନୂତନ ଫୋନ୍ ଏଲଜି ଭି୫୦ ର ଅପଗ୍ରେଡ ଅଟେ । ଏହାର କ୍ୟାମେରା ୮କେ ଭିଡିଓ ରେକଡିଂ କରିପାରିବ ।
ଆଗାମୀ ମାସରେ ଏଲଜି ଭି୬୦ ଥିନକ୍ୟୁ ୫ଜି ଫୋନ କୁ ଆମେରିକା, ୟୁରୋପ ଏବଂ ଏସିଆରେ ଉପଲବ୍ଧ କରାଯିବ । ପ୍ରତ୍ୟେକ ବଜାରର ଦାମ୍ ଭିନ୍ନ ରହିବ । ଏହି ଫୋନ୍ କୁ ଗ୍ରାହକ କ୍ଲାସୀ ବ୍ଲୁ ଏବଂ କ୍ଲାସୀ ହ୍ୱାଇଟ କଲର ଅପ୍ସନରେ କିଣି ପାରିବେ । ଏହି ସ୍ମାର୍ଟଫୋନ୍ ଏଣ୍ଡ୍ରୋଏଡ ୧୦ ରେ ଚାଲିବା ସହିତ ଏଥିରେ ୩୯୫ ପିପିଆଇ ପିକ୍ସଲ ଡେନସିଟି ଏବଂ ଏଚଡିଆର ୧୦ପ୍ଲସ ସପୋର୍ଟ ସିଷ୍ଟମ ରହିଛି । ଏହାସହିତ ୮ ଜିବି ର୍ୟାମ ଏବଂ ୨୫୬ ଜିବି ଷ୍ଟୋରେଜ୍ ରହିଛି ।
ସେହିପରି ଫଟୋଗ୍ରାଫ୍ ପାଇଁ ଏହି ଫୋନ୍ ରେ ୬୪ ଏମପି ପ୍ରାଇମେରୀ କ୍ୟାମେରା, ୧୩ଏମପି ସୁପର ୱାଇଡ କ୍ୟାମେରା ଏବଂ ଗୋଟେ ଟିଓଏଫ କ୍ୟାମେରା ଦିଆଯାଇଛି । ଅନ୍ୟପଟେ ସେଲ୍ଫ ପାଇଁ ଫ୍ରଣ୍ଟରେ ୧୦ ଏମପି କ୍ୟାମେରା ରହିଛି । ଏଥିରେ କ୍ୱାଲକମ୍ କ୍ଲିକ ଚାର୍ଜ ୪ପ୍ଲସ ସପୋର୍ଟ ସହିତ ୫ ହଜାର ଏମଏଏଚ ର ବ୍ୟାଟେରୀ ରହିଛି ।
ଅନ୍ୟପଟେ କନେକ୍ଟିଭିଟି ପାଇଁ ଏଥିରେ ୫ଜି, ଏଲଟିଇ, ୱାଇଫାଇ ୮୦୨.୧୧ ଏଏକ୍ସ, ବ୍ଲୁଟୁଥ ୫.୧. ଏନଏଫସି, ୟୁଏସବି ଟାଇପ୍ ସି ଏବଂ ୩.୫ ଏମଏମ ଅଡିଓ ଜ୍ୟାକ ସପୋର୍ଟ ରହିଛି ।
ଏହି ଫୋନ୍ ର ଡିସପ୍ଲେ ପାଇଁ ଫିଙ୍ଗର ପ୍ରିଣ୍ଟ ସେଂସର ଦିଆଯାଇଛି ଏବଂ ଗୁଗଲ ଲେଂସର ବି ସପୋର୍ଟ ରହିଛି । ଏହାର ଡୁଆଲ ସ୍କ୍ରିନ୍ କଥା କହିଲେ ଏଥିରେ ୬.୮ ଇଞ୍ଚ ଫୁଲ ଏଚଡି ପ୍ଲସ ପୋଲ୍ଡ ଡିସପ୍ଲେ ଦିଆଯାଇଛି । ଏହାସହିତ ଫୋନ୍ ର ବ୍ୟାକ୍ ରେ ୨.୧ ଇଞ୍ଚ ମୋନୋକ୍ରୋମିକ କଭର ଡିସପ୍ଲେ ଦିଆଯାଇଛି ।