ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାରି ଚକିଆ ଗାଡି ହେଉ ଅବା ଦୁଇ ଚକିଆ । ଏଣି ନୂଆ ଗାଡି କିଣିବା ବେଳେ ତିନି ବା ପାଞ୍ଚ ବର୍ଷର ଇଂସୁରାନ୍ସ କରିବା ବାଧ୍ୟତାମୂଳକ ହେବ ନାହିଁ । ବିମା ନିୟାମକ ପ୍ରାଧିକରଣ ଅଥବା ଇରଡା ପକ୍ଷରୁ କୁହାଯାଇଛି କି, ଏବେ ନୂତନ କାର କିଣିବାକୁ ଯଉଥିବା ବ୍ୟକ୍ତିଙ୍କୁ ଆଉ ଏକକାଳୀନ ତିନି ବର୍ଷର ବୀମା କରିବା ଆବଶ୍ୟକ ନାହିଁ । ସେହିପରି ଦୁଇ ଚକିଆ ଗାଡି କିଣିବାକୁ ଯାଉଥିବା ବ୍ୟକ୍ତି ବି ଏକକାଳୀନ ୫ ବର୍ଷର ବୀମା କରିବା ଆବଶ୍ୟକ ନାହିଁ ।
କରୋନା ସଙ୍କଟ ଯୋଗୁଁ କମ୍ପାନୀ ଗୁଡିକର ବିକ୍ରି ଉପରେ ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ଇରଡା ପକ୍ଷରୁ କୁହାଯାଇଛି । ଏହାସହିତ ଲକ୍ ଡାଉନ୍ ଯୋଗୁଁ ସାଧାରଣ ଜନତାଙ୍କୁ ଆୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ସେଥିପାଇଁ ଜନତାଙ୍କ ଆଶ୍ୱସ୍ତି ପାଇଁ ଏଭଳି ନିଷ୍ପତି ନିଆଯାଇଛି ।
ପ୍ରକୃତରେ ୨୦୧୮ ମସିହାରେ ଏକ ନିଷ୍ପତିରେ ସୁପ୍ରିମକୋର୍ଟ କହିଥିଲେ କି ବିନା ଥାର୍ଡ ପାର୍ଟିର କୌଣସି ଗାଡି ସଡକରେ ଗଡି ପାରିବ ନାହିଁ । ଏହାପରେ ଇରଡା ପକ୍ଷରୁ ବାହନ କିଣିବା ପାଇଁ ତିନି ଏବଂ ପାଞ୍ଚ ବର୍ଷର ବୀମା କୁ ବାଧ୍ୟତାମୂଳକ କରାଯାଇଥିଲା ।