ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତୈଳ କମ୍ପାନୀ ପକ୍ଷରୁ ପ୍ରତ୍ୟେକ ମାସରେ ଏଲପିଜି ସିଲିଣ୍ଡର ଦାମ୍ ସମୀକ୍ଷା କରାଯାଇଥାଏ । ପ୍ରତ୍ୟେକ ରାଜ୍ୟର ଟ୍ୟାକ୍ସ ଭିନ୍ନ ଭିନ୍ନ ଥିବା ହେତୁ ତାହା ହିସାବରେ ଏଲପିଜି ଦାମରେ ଅନ୍ତର ଆସିଥାଏ । ଦେଶର ତୈଳ ମାର୍କେଟିଙ୍ଗ କମ୍ପାନୀ ପକ୍ଷରୁ ୧୪.୨ କିଲୋଗ୍ରାମର ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ ରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଜୁଲାଇ ମାସରେ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ୍ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।
ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଅଣ-ସବସିଡି ଏଲପିଜି ସିଲିଣ୍ଡର ୮୩୪.୫୦ ରୁ ବୃଦ୍ଧି ହୋଇ ୮୫୯.୫୦ ଟଙ୍କା ହୋଇଛି । କୋଲକାତାରେ ଏହାର ଦାମ ୮୬୧ ରୁ ବୃଦ୍ଧି ହୋଇ ୮୮୬ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ଏହାର ଦାମ ୮୩୪.୫୦ ରୁ ବୃଦ୍ଧି ହୋଇ ୮୫୯.୫୦ ହୋଇଥିବା ବେଳେ ଚେନ୍ନାଇରେ ଏହାର ଦାମ ୮୫୦.୫୦ ରୁ ବୃଦ୍ଧି ହୋଇ ୮୭୫.୫୦ ଟଙ୍କା ହୋଇଛି ।
ସେହିପରି ୧୯ କିଲୋଗ୍ରାମ ଯୁକ୍ତ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମରେ ୬୮ ଟଙ୍କା ମହଙ୍ଗା ହୋଇଛି । ଦିଲ୍ଲୀରେ ଏହାର ଦାମ ବୃଦ୍ଧି ହୋଇ ୧୬୧୮ ଟଙ୍କା ହୋଇଛି ।