ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହଙ୍ଗା ମାଡ । ପୁଣି ଥରେ ସବସିଡି ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇଛି । ଆଜିଠୁ ସିଲିଣ୍ଡର ଦାମରେ ୨୫ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ଦାମ ୭୯୪ ରୁ ୮୧୯ ରେ ପହଁଚିଛି ।
ଏହାପୂର୍ବରୁ ଫେବୃଆରୀ ୨୫ ରେ ଏଲପିଜି ସିଲିଣ୍ଡର ଦାମ୍ ରେ ୨୫ ଟଙ୍କା ବୃଦ୍ଧି ହୋଇଥିଲା । କୋଲକାତାରେ ମଧ୍ୟ ସବସିଡି ଏବଂ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଛି । ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି ହୋଇଥିବା ବେଳେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ୧୯ ଟଙ୍କା ବୃଦ୍ଧି ହୋଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଡିସେମ୍ବର ମାସରୁ ଏପର୍ଯନ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ୨୨୫ ଟଙ୍କା ମହଙ୍ଗା ହୋଇଛି । ଡିସେମ୍ବର ୧ ରେ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ୫୯୪ ରୁ ବୃଦ୍ଧି ହୋଇ ୬୪୪ ହୋଇଥିଲା । ଏହାପରେ ଜାନୁଆରୀରେ ୬୪୪ ରୁ ୬୯୪ ହୋଇଥିଲା । ଫେବୃଆରୀ ୪ ରେ ୬୯୪ ରୁ ୭୧୯ ହୋଇଥିଲା । ଫେବୃଆରୀ ୧୫ ରେ ୭୧୯ ରୁ ୭୬୯ ଏବଂ ଫେବୃଆରୀ ୨୫ ରେ ଆଉ ୨୫ ଟଙ୍କା ବୃଦ୍ଧି ହୋଇ ୭୯୪ ହୋଇଥିଲା । ଏବେ ପୁଣି ୨୫ ଟଙ୍କା ବୃଦ୍ଧି ଗ୍ୟାସ ସିଲିଣ୍ଡରର ଦାମ୍ ୮୧୯ ରେ ପହଁଚିଛି ।