ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂଆବର୍ଷ ଆରମ୍ଭରୁ ହାଣ୍ଡିଶାଳେ ମହଙ୍ଗାମାଡ ।୧୯ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ପ୍ରତ୍ୟେକ ମାସରେ ତୈଳକମ୍ପାନୀ ପକ୍ଷରୁ ଏଲପିଜି ଗ୍ୟାସ ସିଲିଣ୍ଡର ଦାମରେ ସମୀକ୍ଷା କରାଯାଇଥାଏ । ପ୍ରତ୍ୟେକ ରାଜ୍ୟର ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ । ସେହିଅନୁଯାୟୀ ଏଲପିଜି ଦାମ୍ ରେ ଅନ୍ତର ରହିଥାଏ । ଏହି ମାସରେ ତୈଳ କମ୍ପାନୀ ପକ୍ଷରୁ ୧୪.୨ କିଲୋଗ୍ରାମର ଅଣ-ସବସିଡି ବିଶିଷ୍ଟ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କିନ୍ତୁ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମରେ ପରିବର୍ତ୍ତନ କରାଯାଇଛି ।
ଆଇଓସିଏଲ ୱେବସାଇଟ ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ-ସବସିଡି ଏଲପିଜି ସିଲିଣ୍ଡର ଦାମ୍ ପୂର୍ବ ଦାମ୍ ଅନୁଯାୟୀ ରହିଛି । ଅର୍ଥାତ ୬୯୪ ଟଙ୍କାରେ ରହିଛି । ସେହିପରି କୋଲକାତାରେ ଏହାର ଦାମ୍ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ୭୧୦ ଟଙ୍କା ରହିଛି ।
ଅନ୍ୟପଟେ ୧୦ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ଦିଲ୍ଲୀରେ ଏହାର ଦାମ୍ ୧୩୩୨ ଟଙ୍କାରୁ ବୃଦ୍ଧି ହୋଇ ୧୩୪୯ ଟଙ୍କାରେ ପହଁଚିଛି । କୋଲକାତାରେ ଏହାର ଦାମ୍ ୧୩୮୭.୫୦ ରୁ ବୃଦ୍ଧି ହୋଇ ୧୪୧୦ ରେ ପହଁଚିଛି । ମୁମ୍ବାଇରେ ଏହାର ଦାମ୍ ୧୨୮୦.୫୦ ରୁ ବୃଦ୍ଧି ହୋଇ୧୨୯୭.୫୦ ରେ ପହଁଚିଛି । ଏବଂ ଚେନ୍ନାଇରେ ଏହାର ଦାମ୍ ୧୪୪୬.୫୦ ରୁ ବୃଦ୍ଧି ହୋଇ ୧୪୬୩.୫୦ ଟଙ୍କାରେ ପହଁଚିଛି ।