ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣ ଜନତାଙ୍କୁ ପୁଣି ଝଟକା । ତୈଳ କମ୍ପାନୀ ପକ୍ଷରୁ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ବୃଦ୍ଧି କରାଯାଇଛି । ଚଳିତ ମାସର ତିନିଥର ଗ୍ୟାସ ସିଲିଣ୍ଡ ଦାମ ବୃଦ୍ଧତ ହେଲାଣି ।
ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ ସବସିଡି ସିଲିଣ୍ଡର ପୂର୍ବ ମୁକାବିଲାରେ ୨୫ ଟଙ୍କା ମହଙ୍ଗା ହୋଇଛି । ଏଥିପାଇଁ ଏବେ ଗ୍ରାହକଙ୍କୁ ୭୯୪ ଟଙ୍କା ଦେବାକୁ ହେବ । ପୂର୍ବରୁ ଗ୍ରାହକ ୭୬୯ ଟଙ୍କା ଦେଉଥିଲେ । କୋଲକାତାରେ ଏହାର ଦାମ୍ ୭୯୫ ଟଙ୍କାରୁ ବୃଦ୍ଧି ହୋଇ ୮୨୦ ଟଙ୍କା, ମୁମ୍ବାଇରେ ୭୬୯ ରୁ ବୃଦ୍ଧି ହୋଇ ୭୯୪ ଟଙ୍କା ଏବଂ ଚେନ୍ନାଇରେ ୭୮୫ ଟଙ୍କାରୁ ବୃଦ୍ଧି ହୋଇ ୮୧୦ ଟଙ୍କା ହୋଇଛି । ଅବଶ୍ୟ ଏନେଇ କମ୍ପାନୀ ତାର ୱେବସାଇଟରେ ସୂଚନା ଦେଇନାହିଁ ।
ଏହାପୂର୍ବରୁ ତୈଳ କମ୍ପାନୀ ଫେବୃଆରୀ ୪ ରେ ସିଲିଣ୍ଡରର ଦାମ୍ ୨୫ ଟଙ୍କା ବଢାଇଥିଲା ଏବଂ ୧୪ ଫେବୃଆରୀରେ ୫୦ ଟଙ୍କା ବଢାଇଥିଲା । ଏହାପରେ ଆଜି ପୁଣି ୨୫ ଟଙ୍କା ବଢାଇଛି । ଗୋଟେ ମାସରେ ତିନି ଥର ସିଲିଣ୍ଡର ଦାମ ବୃଦ୍ଧି କରିଛି କମ୍ପାନୀ ।