ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପହିଲାରୁ ଗ୍ରାହକଙ୍କ ଉପରେ ମହଙ୍ଗାମାଡ । ବଢିଲା ଏଲପିଜି ସିଲିଣ୍ଡରର ଦାମ୍ । ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ରେ ବୃଦ୍ଧି କରାଯାଇଛି । ୧୯ କିଗ୍ରା ସିଲିଣ୍ଡରର ଦାମ୍ ରେ ୧୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି । କିନ୍ତୁ ୧୪ କିଗ୍ରା ସିଲିଣ୍ଡରରେ ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଆଜିଠୁ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା ଏଲପିଜି ସିଲିଣ୍ଡରର ଦାମ୍ ୧୮୩୩ ଟଙ୍କା ହୋଇଛି । ଯାହା ପୂର୍ବରୁ ୧୭୩୧ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ଏଲପିଜି ସିଲିଣ୍ଡରର ଦାମ୍ ୧୭୮୫ ଟଙ୍କା, କୋଲକାତାରେ ୧୯୪୩ ଟଙ୍କା ଏବଂ ଚେନ୍ନାଇରେ ୧୯୯୯ ଟଙ୍କା ୫୦ ପଇସା ହୋଇଛି ।