ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବଢିଲା ଗ୍ୟାସ ଦର । ରାଷ୍ଟ୍ରାୟତ କମ୍ପାନୀମାନେ ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡରର ଦର ବଢାଇଛନ୍ତି । ରବିବାର ଦିନ ଗ୍ୟାସ ସିଲିଣ୍ଡର ପିଛା ୨.୮୯ ଟଙ୍କା ବଢିଥିବାର ସୂଚନା ମିଳିଛି । ତେବେ ଆପଣଙ୍କୁ ଗୋଟିଏ ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର କିଣିବାକୁ ହେଲେ ଆପଣଙ୍କୁ ୫୦୨.୪ ଟଙ୍କା ଦେବାକୁ ପଡିବ ।
ସେପଟେ ସବସିଡିର ପଇସା ସିଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଡକୁ ଆସିବ । ଏଣିକି ସବସିଡି ପାଇଁ ବ୍ୟାଙ୍କ ଖାତାକୁ ୩୭୬.୬୦ ଟଙ୍କା ଆସିବ । ଏହି ଅର୍ଥରାଶି ଅକ୍ଟୋବର ମାସ ମଧ୍ୟରେ ଅସିବାର ସମ୍ଭାବନା ରହିଛି । ଏପଟେ ସବସିଡି ଯୁକ୍ତ ଗ୍ୟାସ ଗ୍ରାହକଙ୍କୁ ସେପ୍ଟେମ୍ବର ମାସରେ ୩୨୦.୪୯ ଟଙ୍କା ଦିଆଯାଇଥିଲା । ସେହିପରି ଦିଲ୍ଲୀରେ ନନ ସବସିଡି ଏଲପିଜି ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି କରାଯାଇଥିବା ଜଣାପଡିଛି ।