ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ମାସରେ ଶସ୍ତା ହୋଇପାରେ ରନ୍ଧନ ଗ୍ୟାସ ସିଲିଣ୍ଡର ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସଂକେତ ଦେଇଛନ୍ତି । ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଛତିଶଗଡ ଗସ୍ତ ଅବସରରେ ଏନେଇ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି ।
ଲଗାତର ଭାବେ ଗ୍ୟାସ ବଢୁଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, ଦର ସବୁବେଳେ ବୃଦ୍ଧି ହେଉଛି ବୋଲି ତାହା ସଠିକ୍ ନୁହେଁ । ଅନ୍ତରାଷ୍ଟ୍ରୀୟ ବଜାର ଯୋଗୁୁଁ ଚଳିତ ମାସରେ ଦର ବୃଦ୍ଧି ହୋଇଛି । ହୁଏତ ଆଗାମୀ ମାସରେ ଏହାର ଦର ହ୍ରାସ ହୋଇପାରେ । ଶୀତଦିନ ପାଇଁ ଅଧିକମାତ୍ରରେ ଗ୍ୟାସ ବ୍ୟବହାର ହେଉଥିଲା, ଯେଉଁଥିପାଇଁ ଅଧିକ ଚାପ ପଡିଥିଲା । ସେଥିପାଇଁ ଚଳିତ ମାସରେ ଦର ବୃଦ୍ଧି ହୋଇଥିଲା । ଆଗାମୀ ମାସରେ ଏହାର ଦର ହ୍ରାସ ହୋଇପାରେ ।
ରିପୋର୍ଟ ମୁତାବକ, ଗତ ସପ୍ତାହରେ ରନ୍ଧନ ଗ୍ୟାସର ଦର ୧୪୪ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା । ପ୍ରତ୍ୟେକ ମାସ ୧ ତାରିଖରେ ରନ୍ଧନ ଗ୍ୟାସର ଦର ସ୍ଥିର କରାଯାଇଥାଏ । ସେଥିପାଇଁ ଏଥର ଯଦି ମାର୍ଚ୍ଚ ୧ରେ ଦର ହ୍ରାସ ହୁଏ ତେବେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିବ ।