ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାରୁତୀ କମ୍ପାନୀ ତାର ବେଷ୍ଟ ସେଲିଙ୍ଗ କାର ମାରୁତି ବାଲେନୋ ର ଫେସ୍ଲିଫ୍ଟ ଭର୍ସନ କୁ ଫେବୃଆରୀ ୨୦୨୨ ରେ ଲଞ୍ଚ କରିବାକୁ ଯାଉଛି । ଏହି କାର ପାଇଁ ଲୋକେ ଦୀର୍ଘ ଦିନ ହେବ ଅପେକ୍ଷା କରି ରହିଥିଲେ । ୨୦୧୫ ମସିହାରେ ମାରୁତି ବାଲେନୋ ଲଞ୍ଚ କରିଥିଲା କମ୍ପାନୀ । ୬ ବର୍ଷ ପରେ ପୁଣି ଥରେ ଏହାକୁ ଅପଗ୍ରେଡ କରୁଛି କମ୍ପାନୀ । ଏହି କାର୍ ର କିଛି ଫଟୋ ସାମ୍ନାକୁ ଆସିଛି । ଯାହାକୁ ଦେଖି ଏହି କାରର ହୋଇଥିବା ଅପଡେଟ ଲଗାଯାଇ ପାରିବ ।
ମାରୁତିର ଏହି ଭର୍ସନର ଏକ୍ସଟିରିୟର ସମ୍ପୂର୍ଣ୍ଣ ନୂତନ ହେବ । ଯେଉଁଥିରେ ନୂତନ ହେଡଲ୍ୟାମ୍ପ୍ସ, ଟେଲଲ୍ୟାମ୍ପ୍ସ, ଫଗଲ୍ୟାମ୍ପ୍ସ ଦିଆଯିବ । ଏହାସହିତ ଏଥିରେ ନୂତନ ଫ୍ରଣ୍ଟ ଗ୍ରିଲ, ହ୍ୱିଲ୍ସ ଦିଆଯିବ । ଏହି କାରର ଇଂଟିରିୟର କଥା ଯଦି କହିବା ତେବେ ଏହାର କ୍ୟାବିନରେ କିଛି ପରିବର୍ତ୍ତନ କରାଯାଇପାରେ । ଯେପରିକି ନୁତନ ଡାସବୋର୍ଡ, ଇଂଫୋଟେନମେଣ୍ଟ ସିଷ୍ଟମ, ମଲ୍ଟିଫକ୍ସନ ଷ୍ଟିୟରିଂ ହ୍ୱିଲ ଦିଆଯାଇପାରେ । ଏହାବ୍ୟତିତ ଅଟୋ-ଏସି, ହାଇଟ ଆଡଜେଷ୍ଟବୁଲ ଡ୍ରାଇଭର ସିଟ ଭଳି ପରିବର୍ତ୍ତନ ସାମିଲ କରାଯାଇପାରେ ।
ପାସେଞ୍ଜରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଭର୍ସନରେ ମଧ୍ୟ ୪ଟି ଏୟାରବ୍ୟାଗ , ଇବିଡି ସହିତ ଏବିଏସ ଏବଂ ରିୟର ପାର୍କିଂ ସେଂସର ଭଳି ଫିଚର୍ସ ଦେଇପାରେ । ଏହାସହିତ କମ୍ପାନୀ ଦ୍ୱାରା ୱାରଲେସ ଚାର୍ଜିଂ ସୁବିଧା ମଧ୍ୟ ଦିଆଯିବ ।