ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ବଜାରରେ ନିଜ ପ୍ରଡକ୍ଟସ ପୋର୍ଟଫୋଲିଓର ବିସ୍ତାର କରିବାର ଯୋଜନା କରିଛି । ୨୦୨୩ ସୁଧା ପାଞ୍ଚଟି ନୂତନ ଏସୟୁଭି ଲଞ୍ଚ କରିବାର ଯୋଜନା କରିଛି କମ୍ପାନୀ । ଯେଉଁଥିରେ ଗୋଟେ ଏମପିଭି ଏବଂ ଅନ୍ୟ ଚାରୋଟି ନୂତନ ଏସୟୁଭି ସାମିଲ ହେବ ।
ଏକ ରିପୋର୍ଟ ମୂତାବକ, ସବ୍ କମ୍ପ୍ୟାକ୍ଟ ଏସୟୁଭି ବିଷୟରେ ନୂତନ ତଥ୍ୟ ସାମ୍ନାକୁ ଆସିଛି । ଏହା ବଲେନୋ ହ୍ୟାଚବ୍ୟାକ ଉପରେ ଆଧାରିତ ଏକ ଏସୟୁଭି ତୁଳନାରେ ଅଧିକ କ୍ରାସଓଭର ହ୍ୟାଚବ୍ୟାକ ହେବ ।
ବଲେନୋ ଆଧାରିତ ଆଗାମୀ ଏସୟୁଭି ର ଦାମ ଟିକେ ଅଧିକ ରହିବ । କିନ୍ତୁ ଏହା ବି ଆଶା କରାଯାଉଛି କି ଭିଟାରା ବ୍ରିଜା ଭଳି ଏବଂ ବଲେନୋ ର ବିପରୀତ ଏରୀନା ଡିଲୀରସିପ ମାଧ୍ୟମରେ ବିକ୍ରି କରାଯାଇପାରେ ।