ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ସବୁଠାରୁ ଅଧିକ ବିଏସ-୬ ଇଞ୍ଜିନ୍ ବିଶିଷ୍ଟ କାର୍ ଲଞ୍ଚ କରିଛି ଦେଶର ନଂ୧ କାର ନିର୍ମାଣ କମ୍ପାନୀ ମାରୁତୀ ସୁଜୁକି । ଆଜ୍ଞା ହଁ ମାରୁତି ସୁଜୁକି କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ମାରୁତି ସୁଜିକି ସେଲେରିଓ ବିଏସ-୬ ଲଞ୍ଚ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ନୂତନ ଗାଡିର ଫିଚର୍ସ ଏବଂ ସ୍ପେିସିଫିକେସନ ବିଷୟରେ..
ମଧ୍ୟମ ବର୍ଗର ପରିବାରଙ୍କ ପାଇଁ ଏହି କାର୍ ଫିଟ୍ । ସେପଟେ ଯଦି ଆମେ ଇଞ୍ଜିନ୍ ଏବଂ ପାୱର କଥା କହିବା ତେବେ ମାରୁତି ସୁଜୁକି ସେଲେରିଓରେ ୯୯୮ସିସି ୩ ସିଲିଣ୍ଡର ବିଶିଷ୍ଟ ବିଏସ-୬ କେ୧୦ବି ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି । ଯାହା ୬୦୦୦ ଆରପିଏମ ରେ ୫୦ କେଡବ୍ଲ୍ୟୁର ପାୱର ୩୫୦୦ ଆରପିଏମ ଓ ୯ ଏନଏମର ଟାର୍କ ଜେନେରେଟ ହୋଇଥାଏ ।
ସେଲେରିଓର ଇଞ୍ଜିନ୍ ଟି ମ୍ୟାନୁଆଲ ଟ୍ରାନ୍ସମିଶନ ବିଶିଷ୍ଟ । ସେହିପରି ଯଦି ଆମେ ମାଇଲେଜ୍ କଥା କହିବା ତେବେ ଏହି କାର୍ ପେଟ୍ରୋଲ ଦ୍ୱାରା ୨୧.୬୩ କି.ମି ର ମାଇଲେଜ୍ ଏବଂ ସିଏନଜିରେ ୩୧.୭୬ କି.ମି ମାଇଲେଜ୍ ।
ଏହି କାର୍ ର ଫ୍ରଣ୍ଟରେ ଭେଣ୍ଟେଲେଡିଟ ଡେସ୍କ ବ୍ରେକ ଏବଂ ରିୟରରେ ଡ୍ରମ ବ୍ରେକ ଦିଆଯାଇଛି ।
ଏହି ଗାଡିର ଲମ୍ବା ୩୬୯୫ ଏମଏମ, ଉଚ୍ଚତା ୧୫୬୦ ଏମଏମ, ଚଉଡା ୧୬୦୦ ଏମଏମ, ହ୍ୱିଲବେସ ୨୪୨୫ ଏମଏମ, ଟ୍ର୍ୟାଡ ଫ୍ରଣ୍ଟ ୧୪୨୦, ଟ୍ର୍ୟାଡ ରିୟର ୧୪୧୦ ଏମଏମ, ମିନିମମ ଟର୍ଣ୍ଣିଙ୍ଗ ରେଡିଏସନ୍ ୪.୭ ମିଟର, ସିଟିଙ୍ଗ କାପାସିଟି ୫ ସିଟର, ଲଗେଜ୍ କାପାସିଟି ୨୩୫ ଲିଟର, େିଲ ଟାଙ୍କି ୩୫ ଲିଟର ।
ଯଦି ଆମେ ମାରୁତି ସୁଜିକି ସେଲେରିଓ ର ଦାମ୍ କଥା କହିବା ତେବେ ଏହାର ଆରମ୍ଭ ଦର ୪,୪୧,୨୦୦ ଟଙ୍କା ରହିଛି ।