ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାରୁତି ସୁଜୁକି ଇଣ୍ଡିଆ ଲିମିଟିଡେ କମ୍ପାନୀ ଖୁଲାସା କରିଛି କି ,ଆଗାମୀ ଦୁଇ ମାସ ମଧ୍ୟରେ ଭାରତରେ ନୂତନ ୭ ସିଟର ହାଇବ୍ରିଡ ଏସୟୁଭି ଲଞ୍ଚ କରିବାର ପ୍ରସ୍ତୁତି ଚାଲିଛି । ଏହି ପ୍ରିମିୟମ ଏସୟୁଭି କୁ ଟୋୟୋଟାର ଷ୍ଟ୍ରଙ୍ଗ ହାଇବ୍ରିଡ ସିଷ୍ଟମ ରେ ପ୍ରସ୍ତୁତ କରାଯିବ । ଅବଶ୍ୟ ଏନେଇ କମ୍ପାନୀ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ ।
କିନ୍ତୁ ମିଳିଥିବା ସୂଚନା ମୂତାବକ, ଟୋୟୋଟା ଇନୋଭା ହାଇକ୍ରାସ ବିଶିଷ୍ଟ ପ୍ଲାଟଫର୍ମ ସହିତ କମ୍ପାନୀ ଏହାକୁ ସମାନ ପାୱାର-ଟ୍ରେନ ସହ ଲଞ୍ଚ କରିବ । ସେହିପରି ୨୦୨୩ ମସିହା ଜୁନ୍ ବା ଜୁଲାଇ ମାସରେ ଏସୟୁଭି ବଜାରରେ ଲଞ୍ଚ ହେବାର ଆଶା ରହିଛି ।