ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଯୋଗୁଁ ଚାଇନାରୁ ଆସୁଥିବା ସାମଗ୍ରୀର ଯୋଗଣ ଉପରେ ପ୍ରତିବନ୍ଧକ ପାଇଁ ଘରୋଇ ବଜାରରେ ମୋବାଇଲ ଏବଂ କମ୍ପ୍ୟୁଟର ଆସେସୋରିଜ୍ ର ଦାମ୍ ବୃଦ୍ଧି ହୋଇଛି । କେବଳ ଏତିକି ନୁହେଁ କିଛି ଜିନିଷ ବଜାରରେ ଉପଲବ୍ଧ ନାହିଁ । ଏନେଇ ଆମଦାନୀ କରୁଥିବା ବ୍ୟକ୍ତିଙ୍କ କହିବାନୁଯାୟୀ, ଯଦି ମାର୍ଚ୍ଚ ୧୦ ସୁଦ୍ଧା ସାମଗ୍ରୀ ଯୋଗଣରେ କୌଣସି ପରିବର୍ତ୍ତନ ନହେଉଛି, ତେବେ ପରିସ୍ଥିତି ଖରାପ ହୋଇଯିବ ।
ହୁଏତ ଚୀନ ର କିଛି ସହରରେ ଆମଦାନୀ ସୀମିତ ସ୍ତରରେ ଆରମ୍ଭ ହୋଇଯାଇଛି । କିନ୍ତୁ ଏବେ ଘରୋଇ ଗ୍ରାହକଙ୍କ ସତର୍କତାର ଦାବି ଉପରେ ପ୍ରଭାବ ପଡିଛି । ସେହି ଅନୁଯାୟୀ ଏବେ ବଜାରରେ କମ୍ପ୍ୟୁଟର ଡିସପ୍ଲେ, ମାଉସ, କିବୋର୍ଡ, ବ୍ୟାଟ୍ରି, ଚାର୍ଜର ସମେତ ମୋବାଇଲ କଭର୍ସ, ସ୍କ୍ରନି ଗାର୍ଡ, ପାୱର ବ୍ୟାଙ୍କ, ଡାଟା କେବୁଲ, ଇୟର ଫୋନ୍, ଏବଂ ମେମୋରି କାର୍ଡର ଦାର ଦେଢ ଗୁଣା ବଢିଯାଇଛି ।
ବ୍ୟବସାୟୀଙ୍କ ମୁତାବକ, ଅଧିକତମ ସାମଗ୍ରୀ ଚାଇନାରୁ ଆସିଥାଏ ଏବ ଏବେ ଯୋଗାଣ ବନ୍ଦ ରହିଥିବା ଯୋଗୁଁ ସମସ୍ତ କମ୍ପ୍ୟୁଟର୍ସ ପାଟ୍ସ ଏବଂ ମୋବାଇଲ ଆସେସୋରିଜ୍ ର ଦାମ ୫୦ ପ୍ରତିଶତ ବଢିଯାଇଛି ।