ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେପ୍ଟମ୍ବର ୨୩କୁ ଭାରତରେ ମୋଟେରଲା ତାର ନୂତନ ମୋଟୋ ଇ୭ ପ୍ଲସ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏନେଇ ଶୁକ୍ରବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ସର୍ବପ୍ରଥମେ ବିକ୍ରି ପାଇଁ ଫ୍ଲିପକାର୍ଟରେ ଉପଲବ୍ଧ କରାଯିବ ଏବଂ ଏହି ଫୋନ୍ କୁ ନେଇ ନୂତନ ମାଇକ୍ରୋ ସାଇଟ ବି ଲାଇଭ କରି ଦିଆଯାଇଛି ।
ମୋଟୋ ଇ୭ ପ୍ଲସକୁ କିଛି ଦିନ ପୂର୍ବରୁ ବ୍ରାଜିଲ ଏବଂ ୟୁରୋପରେ ଲଞ୍ଚ କରାଯାଇଥିଲା । ଏଚଡି ପ୍ଲସ ଡିସପ୍ଲେ, ସ୍ନାପଡ୍ରାଗନ ୪୬୦ ପ୍ରୋସେସର ଏବଂ ୫୦୦୦ ଏମଏମଏଚ ର ବ୍ୟାଟେରୀ ବିଶିଷ୍ଟ ଏହି ଫୋନ ର ଦାମ୍ ଭାରତରେ ୧୩ ହଜାର ଟଙ୍କା ରଖାଯାଇଛି ।