ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଟୋରୋଲା ଖୁବ୍ ଶୀଘ୍ର ଭାରତରେ ତାର ଜି୫୧ ୫ଜି ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ । ଏହି ଫୋନର ଟିଜର ଭିଡିଓ କମ୍ପାନୀ ଟ୍ୱିଟ୍ ଜରିଆରେ ଜାରି କରିଛି । କୁହାଯାଉଛି କି ଏହି ଫୋନରେ ସ୍ନାପଡ୍ରାଗନ ୪୮୦ ପ୍ଲସ ପ୍ରୋସେସର ମିଳିବ, ଯାହାର ଅଧିକାଂଶ ସ୍ପିଡ ୨.୨ଜିଏଚଜେଡ ରହିବ । ୮ଜିବି ର୍ୟାମ ସହିତ ଅସିବାକୁ ଥିବା ଏହି ଫୋନ ୧୨,୫ଜି ବ୍ୟାଣ୍ଡକୁ ସପୋଟ କରିବ ।
ମୋଟୋ ଜି୫୧ ୫ଜିକୁ ୧୯,୯୯୯ ଟଙ୍କାରେ ଲଞ୍ଚ କରାଯାଇପାରେ । ଏହି ଫୋନ ସିଧା ସଳଖ ଲାଭା ଏବଂ ଅଗ୍ନ ୫ଜି ଫୋନକୁ ଟକ୍କର ଦେବ ।