ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ଏବଂ ଭାରତର ସବୁଠାରୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ସାମିଲ ହୋଇଯାଇଛନ୍ତି । ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କର ନେଟୱର୍ଥ ୫୪ ଅରବ ଆମେରିକୀୟ ଡଲାର ହୋଇଯାଇଛି । ତାଙ୍କୁ ଏହି ସ୍ଥାନରେ ୧୦ମ ସ୍ଥାନ ମିଳିଛି । ଆମାଜନ ସମୁହ ପ୍ରମୁଖ ଜ୍ୟାଫ ବେଜୋସା ୧୪୭ ଅରବ ଆମେରିକୀ ଡଲାରର ନେଟୱର୍ଥ ସହିତ ଲଗାତର ଭାବେ ଦ୍ୱିତୀୟ ବର୍ଷର ତାଲିକାର ଶୀର୍ଷରେ ରହିଛନ୍ତି ।
ମଙ୍ଗଳବାର ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ରିଲିଆନ୍ସ ଇଣ୍ଡଷ୍ଟ୍ରୀର ସେୟାରରେ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ପହଁଚିଛନ୍ତି । ମୁକେଶ ଅମ୍ବାନୀଙ୍କ ପାଖାପାଖି ୫୨ ପ୍ରତିଶତ ଅଂଶଦାରୀ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ସେୟାର ଗତମାସରେ ୮ ଲକ୍ଷ କୋଟି ଟଙ୍କାର ବେଞ୍ଚମାର୍କ ଛୁଇଁଥିଲା ।
ମୁକେଶଙ୍କ ପରେ ଏହି ତାଲିକାର ଦ୍ୱିତୀୟ ଧନୀ ଭାରତୀୟ ହେଉଛନ୍ତି ହିନ୍ଦୁଜାର ଚେୟାରମ୍ୟାନ ଏସପି ହିନ୍ଦୁଜା । ଯାହାଙ୍କ ନେଟୱର୍ଥ ୨୧ ଅରବ ଅମେରିକୀୟ ଡଲାର ରହିଛି । ୧୭ ଅରବ ଡଲାରର ନେଟୱର୍ଥ ସହିତ ବିପ୍ରୋର ଚେୟାରମ୍ୟାନ୍ ଅଜିଜ ପ୍ରେମଜୀ ତୃତୀୟ ସ୍ଥାନରେ ଅଛନ୍ତି ।
ରିପୋର୍ଟ ମୁତାବକ, ପୁନାବାଲା ସମୁହର ଚେୟାରମ୍ୟାନ୍ ସାୟରସ ଏସ.ପୁନାୱାଲା ଏହି ତାଲିକାର ଚତୁର୍ଥ ଧନୀ ଭାରତୀୟ । ପାଖାପାଖି ୧୩ ଅରବ ଆମେରିକୀୟ ଡଲାର ନେଟୱର୍ଥ ରଖିଥିବା ପୁନାବାଲା ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ।
ହୁରୁନ ରିପୋର୍ଟ ଇଣ୍ଡିଆର ମ୍ୟାନେଜିଙ୍ଗ ଡିରେକ୍ଟର ଅନସ ରେହମାନଙ୍କ ଅନୁଯାୟୀ ବର୍ଷ ୨୦୧୨ ପରେ ପ୍ରଥମ ଥର ପାଇଁ ଭାରତ ଏହି ତାଲିକାରେ ନିଜର ଧନୀ ସଂଖ୍ୟା ହ୍ରାସ ହେବା ଯୋଗୁଁ ୫ ନମ୍ବରକୁ ଖସି ଯାଇଛି ।