ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଡିଏ ବର୍ଷର ପୁରୁଣା କପିରାଇଟ୍ ନିୟମକୁ ସଂଶୋଧନ କରିଛନ୍ତି ୟୁରୋପିଆନ ୟୁନିୟନ । ନୂତନ କପିରାଇଟ୍ ନିୟମ ଅନୁଯାୟୀ ଗୁଗଲ ଏବଂ ଫେସବୁକ୍ ଭଳି କମ୍ପାନୀକୁ ଯେକୌଣସି ପ୍ରକାରେ କଣ୍ଟେଟ କ୍ରିୟଟର୍ସ ପାଇଁ ମାନେ ଭିଡିଓ, ମ୍ୟୁଜିକ୍ ଏବଂ କଣ୍ଟେଟ ବଦଳରେ ଟଙ୍କା ଦେବାକୁ ହେବ । ଏହାସହିତ ୟୁଟ୍ୟୁବ୍ ଏବଂ ଇଂଷ୍ଟାଗ୍ରାମ ରେ ମହଜୁଦ ଥିବା କପିରାଇଟ୍ କଣ୍ଟେଟ ବି ହଟାଇବାକୁ ପଡିବ । ଏହାର ନିଷ୍ପତ୍ତି ୟୁରୋପିୟ ସଂଘର ଦେଶ ଏବଂ ୟୁରୋପିୟ ସଂସଦ ଏବଂ ଆୟୋଗ ମଧ୍ୟରେ ହୋଇଥିବା ବୈଠକରେ ନିଆଯାଇଛି ।
ଏନେଇ ଗତ ଦୁଇ ବର୍ଷ ହେବ ଚର୍ଚ୍ଚା ହେଉଥିଲା କି ପବ୍ଲିଶର୍ସ, ମ୍ୟୁଜିକ ତିଆରି କରୁଥିବା, ଭିଡିଓ ତିଆରି କରୁଥିବା, ପ୍ରକାଶକଙ୍କୁ ପାରଶ୍ରମୀ ମିଳି ପାରିବ । ଏହି ମାମଲାରେ ୟୁରୋପିଅନ ୟୁନିୟନର ପ୍ରମୁଖ ଏଣ୍ଡ୍ରସ ଅଂସିପ କହିଛନ୍ତି କି, ଏହି ନୂତନ କପିରାଇଟ୍ ନିୟମ ଡିଜିଟଲ ଦୁନିଆ ପ୍ରକାଶକଙ୍କ ପାଇଁ ଖବ୍ ସହଯୋଗୀ ଏବଂ ଫାଇଦା ହେବ ।
ସଂଘର ନୂତନ କପିରାଇଟ୍ ନିୟମ ଅନୁଯାୟୀ ଗୁଗଲ, ଫେସବୁକ୍ ଏବଂ ଏଭଳି ଅନ୍ୟ ସେବା ଯୋଗାଉଥିବା କମ୍ପାନୀକୁ ସଙ୍ଗୀତକାର, ଲେଖକ,ସମାଚର ପ୍ରଶାସକ ଏବଂ ଗଣମାଧ୍ୟମ ସହିତ ଏକ ଏଗ୍ରିମେଣ୍ଟ ହସ୍ତାନ୍ତର କରିବାକୁ ପଡିବ । ସେହିପରି ଗୁଗଲ ର ୟୁଟ୍ୟୁବ ଏବଂ ଫେସବୁକ୍ ର ଇଂଷ୍ଟାଗ୍ରାମ କୁ କପିରାଇଟ୍ କଣ୍ଟେଟ ଅପଲୋଡ କରିବାରୁ ରୋକିବା ପାଇଁ ନିଜ ପ୍ଲାଟଫର୍ମରେ ଏକ ଅପଲୋଡ ଫିଲ୍ଟର ବି ଇଂଷ୍ଟଲ କରିବାକୁ ହେବ ।
ୟୁରୋପିୟନ ୟୁନିୟନର ଏହି ନୂତନ ନିୟମକୁ ୟୂରୋପିୟନ ମ୍ୟାଗାଜିନ୍ ମିଡ୍ରିା ଆସୋସିଏସନ୍, ୟୁରୋପିୟନ୍ ନ୍ୟୁଜପେପର ପବ୍ଲିଶର୍ସ ଆସୋସିଏସନ୍, ୟୁରୋପିୟନ୍ ପବ୍ଲତଶର୍ସ କାଉଂସିଲ୍ ଏବଂ ନ୍ୟୁଜ୍ ମିଡିଆ ୟୁରୋପ ସ୍ୱାଗତ ଜଣାଇଛନ୍ତି । ହୁଏତ ଏହି ନିୟମକୁ ଏବେ ଯାଏଁ ଆଇନ୍ ର ରୂପ ଦିଆଯାଇ ନାହିଁ ।