ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ଭାରତ ହେବା ପରଠୁ ଲୋକମାନେ ନଗଦ ଦେଣନେଣ ଅପେକ୍ଷା ବିଭିନ୍ନ ଡିଜିଟାଲ ପେ ମାଧ୍ୟମରେ ଅର୍ଥ ଦେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । କିନ୍ତୁ ବିଭିନ୍ନ ସମୟରେ ଏହି ଅନଲାଇନ ଟ୍ରାଞ୍ଜାକ୍ସନ କଲା ବେଳେ ଲୋକମାନେ ବିଭିନ୍ନ ଠକେଇର ମଧ୍ୟ ଶିକାର ହୋଇଥାଆନ୍ତି । ବର୍ତ୍ତମାନ କିନ୍ତୁ ଗୁଗଲ ପେ କରୁଥିବା ଗ୍ରାହକଙ୍କ ପାଇଁ ଗୁଗଲ ଆଣିଛି ଏକ ଖୁସି ଖବର ।
ଗୁଗଲ ନିଜର ଏହି ଡିଜିଟାଲ ପ୍ଲାଟଫର୍ମରେ ବାୟୋମେଟ୍ରିକ ଅଥେଂଟିକେସନ ଫିଚର ଆରମ୍ଭ କରିଛି । ଗୁଗଲ ପ୍ରଥମେ ଆଣ୍ଡ୍ରୋଏଡ୍ ୧୦ ସହ ବାୟୋମେଟ୍ରିକ ସିକ୍ୟୋରିଟି ଆରମ୍ଭ କରିଛି । ଯାହା ଦ୍ୱାରା ଅନଲାଇନ ପେମେଂଟ୍ ପାଇଁ ରୋଲ ଆଉଟ କରାଯାଉଛି । ଆଗରୁ ଗୁଗଲ ପେ ରେ ୟୁଜରଙ୍କୁ ପିନ କୋଡ ଦେବାକୁ ପଡୁଥିଲା କିନ୍ତୁ ଏହି ନୂଆ ଅପଡେଟ ଫଳରେ ଏଥିରେ ପରିବର୍ତ୍ତନ କରାଯାଇଛି । ଏଥିରେ କମ୍ପାନୀ ବାୟୋମେଟ୍ରିକ ଏପିଆଇ ସପୋର୍ଟ ପ୍ରଦାନ କରିଛି ଯାହା ଫଳରେ ୟୁଜର ଟଙ୍କା ଟ୍ରାନ୍ସଫର କରିବା ପାଇଁ ଫିଙ୍ଗର ପ୍ରିଟଂ ଓ ଫେସ ଅଥେଂଟିକେସନର ବ୍ୟବହାର କରିପାରିବେ । ଯାହାଫଳରେ ଗୁଗଲ ପେ ଅଧିକ ସୁରକ୍ଷିତ ହୋଇପାରିବ । ଏହି ନୂଆ ଫିଚର ୟୁଜରଙ୍କ ଆକାଉଣ୍ଟକୁ ଅଧିକ ସୁରକ୍ଷିତ ରଖିବ । ପ୍ରଥମେ ଏହି ଫିଚରଟି ଆଣ୍ଡ୍ରୋଏଡ ୧୦ ଫୋନରେ କାମ କରିବା ସହ ପରେ ଆଣ୍ଡ୍ରୋଏଡ ୯ରେ ଲଂଚ କରାଯିବ ।