ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଅଲ ଇଷ୍ଟେଟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏବେ ଉପହାରର ସଂକେତ ଦେଇଛନ୍ତି । ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ରିଅଲ ଇଷ୍ଟେଟ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ କାମ କରୁଛନ୍ତି ।
ପୂର୍ବରୁ ଘୋଷିତ ହୋଇଥିବା ପ୍ୟାକେଜରୁ ଏପର୍ଯ୍ୟନ୍ତ ବଞ୍ଚିତ ରହିଛି ରିଅଲ ଇଷ୍ଟେଟ କ୍ଷେତ୍ର । ଏହି କ୍ଷେତ୍ରର ପ୍ରଭାବ ଆଠଟି ପ୍ରମୁଖ କ୍ଷେତ୍ର (କୋର ସେକ୍ଟର) ସମେତ ଅନେକ କ୍ଷେତ୍ରରେ ପଡିଥାଏ । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ଏକ କାର୍ଯ୍ୟକ୍ରମରେ ସୀତାରମଣ କହିଛନ୍ତି, ଏହି କ୍ଷେତ୍ରରେ ସରକାରଙ୍କର ପୂରା ନଜର ରହିଛି ଏବଂ ଯଥା ସମ୍ଭବ ସହାୟକ ପାଇଁ ଆରବିଆଇ ସହ କାମ କରାଯାଉଛି । ବର୍ତ୍ତମାନ ର ନିୟମରେ ଏଭଳି ପରିବର୍ତ୍ତନ କରାଯାଇପାରେ, ଯାହାଦ୍ୱାରା ରିଅଲିଟି ସେକ୍ଟର ସହ ଜଡିତ ଲୋକଙ୍କୁ ସହାୟକ ମିଳି ପାରିବ ।
ଜୁଲାଇ ମାସରେ ବଜେଟ୍ ପାସ୍ ହେବା ପରଠାରୁ ସେୟାର ବଜାର ମନ୍ଦାବସ୍ଥାରେ ଚାଲିଛି । ଏହି ଅବସରରେ ସରକାରଙ୍କୁ କର ସହ ଜଡିତ ନିଷ୍ପତିକୁ ଫେରାଇ ନେବାକୁ ପଡିଥିଲା ଏବଂ କର୍ପୋରେଟ କର ହ୍ରାସ କରାଯାଇ ୨୨ ପ୍ରତିଶତ କରାଯିବା ଭଳି ବଡ ଘୋଷଣା କରାଯାଇଛି, ଯେଉଁଥିରେ ସରକାରୀ ସମ୍ପତ୍ତି ଉପରେ ପାଖାପାଖି ୧.୩୦ ଲକ୍ଷ କୋଟି ଟଙ୍କାର ପ୍ରଭାବ ପଡିବ ।
ସେ ଆହୁରୀ ମଧ୍ୟ କହିଛନ୍ତି, ଏପର୍ଯ୍ୟନ୍ତ କରାଯାଇଥିବା ଉପାୟରେ ରିଅଲ ଇଷ୍ଟେଟ ସେକ୍ଟରର ଧାରଣାକୁ ସୁଧାରିବା ସହାୟକ ମିଳିନାହିଁ । ସରକାର ଅଗଷ୍ଟ ମାସରୁ ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ଉଠାଇ ସାରିଛନ୍ତି । ଏବେ ଆହୁରୀ କାମ କରିବାରେ ବାକି ଅଛି । ଖାସ୍ କରି ସେୟାର ବଜାର ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପଡିପାରେ । ଏହି କ୍ଷେତ୍ର ପାଇଁ ଅନେକ ଫଣ୍ଡ ନିବେଶ ପାଇଁ ପ୍ରସ୍ତୁତ, କିନ୍ତୁ ସେମାନେ ନିତିଗତ ସମର୍ଥନ ଚାହୁଁଛନ୍ତି । ସେଥିପାଇଁ ବହୁତ ଶୀଘ୍ର ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଅନୁକୂଳ ବ୍ୟବସ୍ଥା ପ୍ରସ୍ତୁତର ଯୋଜନା ଚାଲିଛି ।