ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ତେଜରାତି ଦୋକାନରେ ଶସ୍ତାରେ ମିଳିବ ମାଛ, ଅଣ୍ଡା, ଚିକେନ୍ ଏବଂ ମଟନ୍ । ଏନେଇ ନୀତି ଆୟୋଗ ପକ୍ଷରୁ ଏକ ପ୍ରସ୍ତାବର ପ୍ରସ୍ତୁତି ଚାଲିଛି, ଏହାର ମୂଳ ଉଦ୍ଦ୍ୟେଶ ହେଉଛି ଦାରିଦ୍ର୍ୟ ସୀମା ରେଖା ତଳେ ଜୀବନ ଯାପନ କରୁଥିବା ଲୋକଙ୍କୁ ଶସ୍ତାରେ ପୃଷ୍ଟିସାର ଯୁକ୍ତ ଖାଦ୍ୟ ମିଳି ପାରିବ । ଏହି ପ୍ରସ୍ତାବ ଆଗାମୀ ବର୍ଷ ଆଗତ କରାଯିବ ବୋଲି ଚର୍ଚ୍ଚା ହେଉଛି ।
ନୀତି ଆୟୋଗର ଅଧିକାରୀଙ୍କ ମୁତାବକ,ତେଜରାତି ଦୋକାନରେ ମିଳୁଥିବା ଚାଉଳ, ଗହମ, ଜଅ,ଚଣା, ଡାଲି ଏବଂ ଚିନିରୁ ଲୋକଙ୍କୁ ଉପଯୁକ୍ତ ମାତ୍ରାରେ ପୃଷ୍ଟିସାର ମିଳି ପାରୁ ନାହିଁ । ସେଥିପାଇଁ ଯେପରି ଗରିବ ଲୋକଙ୍କୁ ଉଚିତ୍ ଖୋରକ ମିଳି ପାରିବ, ସେନେଇ ଏହି ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି ।
ରିପୋର୍ଟ ମୁତାବକ,ନୀତି ଆୟୋଗର ସଦସ୍ୟ ରମେଶ ଚନ୍ଦ୍ର କହିଛନ୍ତି ପ୍ରତ୍ୟେକ ୧୦ ଜଣ ଛୁଆଁଙ୍କ ମଧ୍ୟରୁ ୪ ଜଣଙ୍କ ଠାରେ ପୃଷ୍ଟିସାର ଅଭାବ ରହିଛି । ପିଲାମାନେ ଅତ୍ୟଧିକ ଜଙ୍କ ଫୁଡ୍ ସେବନ କରୁଛନ୍ତି । ଯେଉଁଥିରେ ତେଲ , ଚିନି ଏବଂ ମସଲା ଭରପୁର ହୋଇ ରହିଛି । ହୁଏତ ଯଦି ତେଜରାତି ଦୋକାନରେ ଅଣ୍ଡା, ମାଛ ଏବଂ ମାଂସ ଆଦି ଶସ୍ତା ଦରରେ ମିଳିବ । ତେବେ ଏହାଦ୍ୱାରା କୁପୋଷଣ ସମସ୍ୟାରୁ ଛୁଟ୍ କାରା ମିଳି ପାରିବ ।