ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ନୋକିଆ କମ୍ପାନୀ ତାର ଫୋନ ନୋକିଆ ଜି୪୨ ୫ଜି ର ନୂତନ ଷ୍ଟୋରେଜ ଏବଂ ଭାରିଆଣ୍ଟ ଲଞ୍ଚ କରିଛି । ନୋକିଆ ଜି୪୨ ୫ଜି କୁ ୧୬ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟୋରେଜ ସହ କ୍ରୟ କରାଯାଇ ପାରିବ । ଏଥିରେ ସ୍ନାପଡ୍ରାଗନ ୪୮୦ ପ୍ଲସ ୫ଜି ପ୍ରୋସେସର ଦିଆଯାଇଛି । ଏହି ଫୋନକୁ ୬ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ ସହ ଲଞ୍ଚ କରାଯାଇଛି ।
ନୋକିଆ ଜି୪୨ ୫ଜି ରେ ୬.୫୬ ଇଂଚର ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି । ଯାହାର ରିଫ୍ରେସ ରେଟ୍ ୯୦ଏଚଜେଡ ଏବଂ ପିକ୍ ବ୍ରାଇଟନେସ ୫୬୦ ନିଟ୍ସ ।
ଡିସପ୍ଲେ ରେ ଗରିଲ୍ଲା ଗ୍ଲାସ ୩ ର ପ୍ରୋଟେକ୍ସନ ରହିଛି । ଏଥିରେ ସ୍ନାପଡ୍ରାଗନ ୪୮୦+ ପ୍ରୋସେସର ସହ ୬ଜିବି ପର୍ଯ୍ୟନ୍ତ ର୍ୟାମ ଏବଂ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ରହିଛି । ଏଥିରେ ୩ଟି ରିୟର କ୍ୟାମେରା ଯେଉଁଥିରେ ୫୦ ଏମପି ର ପ୍ରାଇମେୀ ଲେନ୍ସ ଏବଂ ୨-୨ ଏମପି ର ଅନ୍ୟ ଦୁଇଟି ଲେନ୍ସ । ଫ୍ରଣ୍ଟରେ ୮ ଏମପି ର କ୍ୟାମେରା ଦିଆଯାଇଛି ।