ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଣ ସେକେଣ୍ଡ ହ୍ୟାଣ୍ଡ କାର କିଣିବାକୁ ଚାହୁଁଛନ୍ତି କି? କାର କିଣିବା ପାଇଁ ଆପଣଙ୍କୁ କୌଣସି ଅପ୍ସନ ମିଳୁନି କି? ସେଥିପାଇଁ ବିଲକୁଲ ଚିନ୍ତିତ ହୁଅନ୍ତୁନି । କ୍ୟାବ କମ୍ପାନୀ ଓଲା ଏବେ ଗ୍ରାହକଙ୍କ ପାଇଁ ‘ଓଲା କାର୍ସ’ ନାମକ ଏକ ଆପ୍ ଲଞ୍ଚ କରିଛି । ଏଣିକି ଗ୍ରାହକ ତାଙ୍କ ଫୋନରେ ଏହି ଆପ୍ ଲଞ୍ଚ କରି ଏହାର ଫାଇଦା ଉଠାଇ ପାରିବେ । ଏହି ଆପ୍ ଜରିଆରେ ଆପଣ ଘରେ ବସି ପୁରୁଣା ଗାଡିକୁ ସହଜରେ କିଣି ପାରିବେ ।
କମ୍ପାନୀ ଏବେ ଏହି ଆପ୍ ଜରିଆରେ ଲୋକଙ୍କୁ ସେକେଣ୍ଡ ହ୍ୟାଣ୍ଡ କାର ବିକ୍ରି କରିବ । ଅବଶ୍ୟ କମ୍ପାନୀ ପରବର୍ତ୍ତି ସମୟରେ ଅନ୍ୟ ବ୍ରାଣ୍ଡ ସହ ମିଶି ନୂତନ କାର ଲଞ୍ଚ କରିବ । ବେଙ୍ଗାଲୁର ସ୍ଥିତ ଏହି କମ୍ପାନୀ ଲକ୍ଷ୍ୟ ହେଉଛି ଏହି ସେବାକୁ ୧୦୦ ଶହର ପର୍ଯ୍ୟନ୍ତ ବଢାଇବା କିନ୍ତୁ ବର୍ତ୍ତମାନ ଏହି ସେବା ମାତ୍ର ୩୦ ଟି ସହରରେ ଉପଲବ୍ଧ ହେବ । ଏହି ପ୍ଲାଟଫର୍ମରେ କମ୍ପାନୀ ତାର ଗ୍ରାହକଙ୍କୁ ଗାଡି ସମ୍ବନ୍ଧୀୟ ସେବା ଯେପରିକି ଫାଇନେସିଂ ଏବଂ ବୀମା, ପଞ୍ଜିକରଣ, ମେଣ୍ଟେନାନ୍ସ, ଗାଡି ଚେକଅପ, ଉପକରଣ ସମେତ ଗାଡି ଗୁଡିକର ରିସେଲ କରିବାର ସୁବିଧା ଉପଲବ୍ଧ କରାଇବ ।