ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ୱାନପ୍ଲସ ୧୦ ପ୍ରୋ ୫ଜି ସ୍ମାର୍ଟଫୋନ ଲଞ୍ଚ ହୋଇଛି । ମାର୍ଚ୍ଚ ୩୧ ରେ ଏକ ଅନଲାଇନ୍ ଇଭେଣ୍ଟରେ ଏହି ଫୋନକୁ ଲଞ୍ଚ କରାଯାଇଛି ।
– ସ୍ମାର୍ଟଫୋନକୁ ପାୱର ଦେବା ପାଇଁ ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୮ ଜେନ ୧ ପ୍ରୋସେସର ରହିଛି । ଏହା ୮ଜିବି ର୍ୟାମ ଏବଂ ୧୨ ର୍ୟାମ ଭ୍ୟାରିଆଣ୍ଟ ସହ ଲଞ୍ଚ ହୋଇଛି ।
– ଫୋନ୍ ଟି ୫ ଏପ୍ରିଲରୁ ଆମାଜନ ଇଣ୍ଡିଆ ଏବଂ ୱାନପ୍ଲସର ଅଫିସିଆଲ ୱେବସାଇଟରେ ବିକ୍ରି ପାଇଁ ଉପଲବ୍ଧ ହେବ ।
– ୱାନପ୍ଲସ ୧୦ ପ୍ରୋରେ ୬.୭ ଇଂଚର ଏଲଟିପିଓ ଡିସପ୍ଲେ ଦିଆଯାଇଛି ।
– ଏହା ଦୁଇଟି କଲର ଅପ୍ସନରେ ଉପଲବ୍ଧ ।
– ଏହା ଭାରତରେ କମ୍ପାନୀର ସବୁଠାରୁ ମହଙ୍ଗା ସ୍ମାର୍ଟଫୋନ । ଏହାର ଟପ୍ ଭ୍ୟାରିଆଣ୍ଟର ଦାମ୍ ୭୧୯୯୯ ଟଙ୍କା ହୋଇଥିବା ବେଳେ ଅନ୍ୟ ଭ୍ୟାରିଆଣ୍ଟର ଦାମ୍ ୬୬୯୯୯ ଟଙ୍କା ରହିଛି ।