ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୱାନପ୍ଲସ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସୀ ଖବର । କମ୍ପାନୀ ଜାନୁଆରୀ ୪ରେ ଲଞ୍ଚ କରିବାକୁ ଯାଉଛି ୱାନପ୍ଲସ ୧୧ । ଅବଶ୍ୟ ଏହାର ଲଞ୍ଚିଂ ଇଭେଣ୍ଟ ଚୀନରେ ହେବ କିନ୍ତୁ ଭାରତକୁ ଫେବୃଆରୀ ୭କୁ ଆସିବ ଫୋନ । ଯଦି ଆପଣ ଫୋନ କିଣିବା ପାଇଁ ଇଛୁକ ଅଛନ୍ତି ତେବେ ୱାନପ୍ଲସ ୧୧ ଆପଣଙ୍କ ପାଇଁ ଭଲ ରହିବ ।
ୱାନପ୍ଲସ ୧୧ ରେ ୬.୭ କ୍ୟୁଏଚଡି ପ୍ଲସ ଏମୋଲେଡ ଦେଖିବାକୁ ମିଳିବ ଯାହା ୧୨୦ଏଚଜେଡ ରିଫ୍ରେସ ରେଟ କୁ ସପୋର୍ଟ କରିବ । ୨ ଟି ଷ୍ଟୋରେଜ ଅପ୍ସନରେ ଫୋନଟି ଲଞ୍ଚ ହେବ ପ୍ରଥମଟା ୧୨/୨୫୬ଜିବି ଏବଂ ଦ୍ୱିତୀୟଟା ୧୬/୫୧୨ଜିବି ।
ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ଦେଖିବାକୁ ମିଳିବ ଯେଉଁଥିରେ ୫୦ଏମପି ସୋନୀ ଆଇଏମଏକ୍ସ୮୯୦ ସେଂସର, ୪୮ଏମପି ଆଇଏମଏକ୍ସ୫୮୧ ସେଂସର ଏବଂ ୩୨ଏମପି ଆଇଏମଏକ୍ସ୭୦୯ ସେଂସର ରହିଛି । ଏହାସହିତ ୫୦୦୦ଏମଏଏଚ ର ଦମଦାର ବ୍ୟାଟେରୀ ମଧ୍ୟ ରହିଛି ।
ୱାନପ୍ଲସ ୧୧ ର ଦାମ୍ କଥା ଯଦି କହିବା ତେବେ ଫୋନଟିର ଦାମ୍ ପାଖାପାଖି ୭୦ ହଜାର ଟଙ୍କା ପାଖାପାଖି ଆସିପାରେ ।