ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୱାନପ୍ଲସ ଖୁବ୍ ଶୀଘ୍ର ତାର ନୂତନ ନର୍ଡ ସିଇ୨ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବାକୁ ଯାଉଛି । ଫେବୃଆରୀ ୧୭ ରେ ଭାରତୀୟ ସ୍ମାର୍ଟଫୋନ ବଜାରରେ ଏହି ଫୋନ ଲଞ୍ଚ କରାଯିବ ଏବଂ ଏହାକୁ ସର୍ବପ୍ରଥମେ ଆମାଜନ ଇଣ୍ଡିଆ ୱେବସାଇଟ୍ ଜରିଆରେ ବିକ୍ରି କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
ଲଞ୍ଚ ପୂର୍ବରୁ କମ୍ପାନୀ ଏହି ଫୋନର ଡିଜାଇନ୍ କୁ ଟିଜ କରିଛି । ସେହି ଅନୁଯାୟୀ ୱାନପ୍ଲସ ନର୍ଡ ସିଇ୨ ରେ ପଞ୍ଚହୋଲ ଡିସପ୍ଲେ ଦିଆଯିବ । ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ୱାନପ୍ଲସର ଏହି ଅପକମିଂ ନର୍ଡ ସ୍ମାର୍ଟଫୋନର ଦାମ୍ ଭାରତରେ ୨୫ ହଜାର ଟଙ୍କା ମଧ୍ୟରେ ଆସିପାରେ ।