ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ୱାନପ୍ଲସ ତାର ୱାନପ୍ଲସ ନର୍ଡ ଏନ୨୦ ଏସଇ ଲଞ୍ଚ କରିଛି । କମ୍ପାନୀର ଏହା ନର୍ଡ ସିରିଜ୍ ର ନୂତନ ସ୍ମାର୍ଟଫୋନ । ଏହା କମ୍ପାନୀର ଏପର୍ଯ୍ୟନ୍ତର ସବୁଠୁ ଶସ୍ତା ସ୍ମାର୍ଟଫୋନ ।
ୱାନପ୍ଲସ ନର୍ଡ ଏନ୨୦ ଏସଇ ରେ ଡୁଆଲ ସ୍ପିକର ସାଙ୍ଗକୁ ବଡ ଡିସପ୍ଲେ ଦିଆଯାଇଛି । କୁହାଯାଉଛି କି ଏହି ଫୋନ ଓପୋ ଏ୫୭ ୪ଜି ର ରି-ବ୍ରାଣ୍ଡେଡ ଭର୍ସନ ।
– ୱାନପ୍ଲସ ନର୍ଡ ଏନ୨୦ ଏସଇ ରେ ଆଣ୍ଡ୍ରୋଏଡ ୧୨ ସହିତ ଅକ୍ସିଜେନଓଏସ ୧୨.୧ ଦିଆଯାଇଛି ।
– ଏଥିରେ ୬.୫୬ ଇଂଚର ଡିସପ୍ଲେ ଦିଆଯାଇଛି ।
– କ୍ୟାମେରା କଥା ଯଦି କହିବା ତେବେ ଏଥିରେ ଡୁଆଲ କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ ପ୍ରାଇମେରୀ ଲେନ୍ସ ୫୦ ଏମପି
ର ଏବଂ ଦ୍ୱୀତିୟ ଲେନ୍ସ ୨ ଏମପିର ମାକ୍ରୋ ସେଂସର ।
– ଏଥିରେ ଦୁଇଟି ସ୍ପିକର ସାଙ୍ଗକୁ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେଂସର ମଧ୍ୟ ଦିଆଯାଇଛି ।
– ସେହିପରି ଯଦି ଏହି ଫୋନର ଦାମ୍ କଥା କହିବା ତେବେ ଏହାର ଦାମ୍ ପାଖାପାଖି ୧୫୮୦୦ ଟଙ୍କା ରହିଛି ।