ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଆଉ ଅଧିକ କନ୍ଦାଇବନି ପିଆଜ । କାରଣ ଭାରତ ସହ ବନ୍ଧୁତା ସମ୍ପର୍କ ରକ୍ଷା କରିବା ପାଇଁ ଭାରତକୁ ପିଆଜ ପଠାଇବା ଆରମ୍ଭ କରିଦେଇଛି କାବୁଲ । ଦେଶର ପଶ୍ଚିମ ସୀମାକୁ ଲାଗିଥିବା ବିଭିନ୍ନ ସହରରେ ଗତ କିଛି ଦିନ ହେବ ଅଫଗାନି ପିଆଜ ବିକ୍ରି କରୁଛି ।
ବ୍ୟବସାୟିକ ସୂତରୁ ଜଣାପଡିଛି କି ଅଫଗାନିସ୍ତାନରୁ ପାକିସ୍ତାନ ରାସ୍ତା ଦେଇ ପିଆଜ ଆସୁଛି । ଏହାସହିତ ଖୁବ୍ ଶୀଘ୍ର ଦେଶରେ ୩୦ ରୁ ୩୫ ପିଆଜ ବୋଝେଇ ଗାଡି ଆସି ପହଁଚିବ ।
ରିପୋର୍ଟ ମୁତାବକ,ଭାରତରେ ପିଆଜ ଦର ବୃଦ୍ଧି ହେବା ପରେ ଅଫଗାନିସ୍ତାନ ବେପାରୀ ଏଠାକାର ବଜାରରେ ପିଆଜ ବିକ୍ରି ପାଇଁ ଉତ୍ସାହିତ ଅଛନ୍ତି, ଯଦି ଏଠାରେ ପିଆଜ ଦର କିଲୋପିଛା ୩୦ ଟଙ୍କା ରହିବ ତେବେ ପାକିସ୍ତାନରୁ ପିଆଜ ଆସିବ ।
ଏନେଇ ଦିଲ୍ଲୀର ଆଜାଦପୁର ମଣ୍ଡିର ବେପାରୀ ଏବଂ ଓନିଅନ ମର୍ଚେଂଟ ଆସୋସିଏସନ୍ ର ପ୍ରେସିଡେଣ୍ଟ ରାଜେନ୍ଦ୍ର ଶର୍ମା କହିଛନ୍ତି କି , ଏହି ଗୋଟେ ଦୁଇ ଦିନ ଭିତରେ ମଣ୍ଡିକୁ ଅଫଗାନି ପିଆଜ ଆସିଯିବ । ଯାହାଦ୍ୱାରା ପିଆଜ ଦର ହ୍ରାସ ହେବ ।
ସୂଚନାଯୋଗ୍ୟ, ଦେଶର ସବୁଠାରୁ ଅଧିକ ପିଆଜ ଉତ୍ପାଦନ ରାଜ୍ୟ ମହାରାଷ୍ଟ୍ର ସମେତ ଦକ୍ଷୀଣ ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇଯାଇଛି । ସେଥିପାଇଁ ପିଆଜ ଦର ଆକାଶ ଛୁଆଁ ।