ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ହ୍ରାସ ପାଇଲା ଓପୋ ଏ-୫ ଫୋନର ମୂଲ୍ୟ । ବଜାର ଚାହିଦା ଓ ଗ୍ରାହକଙ୍କ ଆଦୃତିକୁ ଦେଖି ଏହାକୁ କମ କରାଯାଇଥିବା ଜଣାପଡିଛି ।
ଏହି ଫୋନ୍ ଗତ ଜୁଲାଇରେ ପ୍ରଥମେ ଚାଇନାରେ ଲଞ୍ଚ ହେବାର ମାସକ ପରେ ଭାରତକୁ ଆସିଥିଲା । ସେତବେଳେ ଭାରତରେ ଏହାର ମୂଲ୍ୟ ଥିଲା ୧୪,୯୯୦ ଟଙ୍କା ଥିଲା । କିନ୍ତୁ ଏବେ ଏହାର ମୂଲ୍ୟ ୧୩,୯୯୦ ଟଙ୍କା ରହିଛି ।
ମୁମ୍ବାଇର ମହେଶ ଟେଲିକମ୍ ଅନୁସାରେ ଭାରତରେ ଓପୋ-ଏ-୫ର ମୂଲ୍ୟ ଏବେ ୧୩,୯୯୦ ରହିଛି । କିନ୍ତୁ ଯେତେବେଳେ ଏହା ଭାରତରେ ଲଞ୍ଚ୍ ହୋଇଥିଲା ସେତେବେଳେ ଏହାର ଦାମ୍ ୧୪,୯୯୦ ଥିଲା । ଅନ୍ୟ ଫୋନ୍ ଅପେକ୍ଷା ଏବେ ଏହାର କ୍ରୟ ବଜାରରେ କମିବାରେ ଲାଗିଛି । ବଜାରରେ ଏବେ ଓପୋ-ଏଫ୍-୯ ଯେତେ ମାତ୍ରାରେ ଲୋକପ୍ରିୟତା ହାସଲ କରିଚାଲିଛି, ତାହା ତୁଳନାରେ ଓପୋ-ଏ-୫ ବହୁ ପଛରେ ରହିିିଯାଇଛି ।
ଏହା ସହିତ ଫ୍ଲିପ୍କାର୍ଟ, ଆମାଜନ୍, ପେଟିଏମ୍ ମଲ ସମସ୍ତେ ଲଞ୍ଚ୍ ମୂଲ୍ୟରେ ସ୍ମାର୍ଟଫୋନର ସୂଚୀ ଦେଉଛନ୍ତି । ଅନ୍ଲାଇନ୍ରେ ଏହାକୁ ବିକ୍ରି କରିବାକୁ ବହୁ ଅଫର ଦିଆଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ । ଏହାସହିତ ମହେଶ ଟେଲିକମ୍ ସ୍ମାର୍ଟଫୋନ ସହିତ କିଛି ଅଫ୍ଲାଇନ୍ ଅଫର ସୂଚୀବଦ୍ଧ କରିଛନ୍ତି ଓ ଏଥିରେ ମଧ୍ୟ ଏଚ୍ଡିଏଫ୍ସି ବ୍ୟାଙ୍କ ବ୍ୟବହାରକାରୀଙ୍କୁ ୫ପ୍ରତିଶତ କ୍ୟାସବ୍ୟାକ ମଧ୍ୟ ସାମିଲ ଅଛି ।
ଏହାର ସବୁଠୁ ବଡ ବିଶେଷତ୍ତ୍ୱ ହେଲା ଏହା ନାନୋ-ସ୍କେଲ । ‘ମାଇକ୍ରୋକ୍ରିଷ୍ଟଲ ଲାଇନ’ର ପ୍ରୟୋଗ କରି ଏହାର ପଛଭାଗର ତିଆରି କରାଯାଇଛି । ଏଥିରେ ନାନୋର ୨ଟି ସିମ୍ ପଡିବାର ମଧ୍ୟ ବ୍ୟବସ୍ଥା ରହିଛି । ଏହାର ଅନ୍ୟ ବିଶେଷତ୍ୱ ଗୁଡିକ ହେଲା ଏହି ଫୋନର ପଛ ଭାଗରେ ଦୁଇଟି କ୍ୟାମେରା ରହିଥିବା ବେଳେ ଏଆଇ ସଂଚାଳିତ ଫ୍ରଣ୍ଟ୍ ଫେସିଂ କ୍ୟାମେରା ୮ମେଗା ପିକ୍ସେଲ୍ ରହିଛି । ଏହା ସହିତ ବ୍ୟାଟେରୀର କ୍ଷମତା ୪,୨୩୦ଏମ୍ଏଏଚ୍ , ଫୋନ୍ ସ୍କ୍ରିନ୍ ସାଇଜ୍ ୬.୨ ଇଞ୍ଚ୍ ରହିଥିବା ବେଳେ ଏହା ଫୁଲ୍ ସ୍କ୍ରିନ୍ ଡିସପ୍ଲେ ଅଟେ । ଏହି ଫୋନ୍ରେ ୪ଜିବି ର୍ୟାମ୍ପ ରହିଛି । ଏହାଛଡା ଏହାର ଇଣ୍ଟରନାଲ ଷ୍ଟୋରେଜ ୩୨ଜିବି ରହିଥିବା ବେଳେ ମାଇକ୍ରୋ କାର୍ଡର ଷ୍ଟୋରେଜ ୨୫୬ଜିବି ଏଥିରେ ପ୍ରାପ୍ତ୍ୟ ରହିଛି । ଏହା କ୍ୱାଲକମ୍ ସ୍ନାପଡ୍ରାଗନ ୪୫୦ଏସ୍ଓସି ଦ୍ୱାରା ପରିଚାଳିତ ।