ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଆଜି ଓପୋ ତାର ସବୁଠାରୁ ଶସ୍ତା ସ୍ମାର୍ଟଫୋନ OPPO A53s 5G ଲଞ୍ଚ କରିଛି । ଏହାପୂର୍ବରୁ କମ୍ପାନୀ ଭାରତୀୟ ବଜାରରେ ଏ୭୪ ୫ଜି କୁ ମଧ୍ୟ ଲଞ୍ଚ କରିଥିଲା । ସେହିପରି ନୂତନ ଓପୋ ଏ୫୩ଏସ କଥା ଯଦି କହିବା ତେବେ ଏହା ହେବା ସହ ଭାରତରେ ସବୁଠାରୁ ଶସ୍ତା ଫୋନ ହୋଇଯାଇଛି । ଏଥିରେ ୧୩ଏମପି ର ପ୍ରାଇମେରୀ କ୍ୟାମେରା ସହିତ ଟ୍ରିପଲ କ୍ୟାମେରା ସେଟଅପ ଦିଆଯାଇଛି ।
ଏହି ଫୋନର ୬ଜିବି + ୧୨୮ଜିବି ଭ୍ୟାରିଏଣ୍ଟର ଦାମ ଭାରତରେ ୧୪,୯୯୦ ଟଙ୍କା ହୋଇଥିବା ବେଳେ ୮ଜିବି+୧୨୮ଜିିିବି ଭ୍ୟାରିଏଣ୍ଟ ର ଦାମ୍ ୧୬,୯୯୦ ଟଙ୍କା ରଖାଯାଇଛି । ମେ ୨ ତାରିଖରୁ ଫ୍ଲିପକାର୍ଟରେ ଗ୍ରାହକ ଏହି ଫୋନକୁ କିଣି ପାରିବେ । ଏହାର ଦୁଇଟି କଲର ଅପ୍ସନ ତଥା କ୍ରିଷ୍ଟଲ ବ୍ଲ୍ୟୁ ଏବଂ ବ୍ଲାକ ରହିଛି ।