ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ତିନୋଟି ନୂତନ ସ୍ମାର୍ଟଫୋନ ଲଞ୍ଚ କରିଛି ଓପୋ । ଓପୋ ଏ୭୬, ଓପୋ ଏ୯୬ ଏବଂ ଓପୋ ଏ୧୬ଇ ଲଞ୍ଚ କରାଯାଇଛି ।
ଓପୋ ଏ୭୬ରେ ୬ ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଛି । ଏହାର ଇଂଟରନାଲ ମେମୋରିକୁ ମାଇକ୍ରୋ ଏସଡି କାର୍ଡ ଦ୍ୱାରା ବଢାଯାଇପାରେ । ଏଥିରେ ୬.୫୬ ଇଂଚର ଡିସପ୍ଲେ ଦିଆଯାଇଛି । ଏହାସହିତ ଡୁଆର ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ ୧୩ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ଏବଂ ଆଉ ଏକ କ୍ୟାମେରା ୨ ମେଗାପିକ୍ସଲର ଦିଆଯାଇଛି । ସେହିପରି ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଫୋନରେ କ୍ୱାଲକମ ସ୍ନାପଡ୍ରାଗନ ୬୮୦ ଚିପସେଟ ଦିଆଯାଇଛି । ୫୦୦୦ଏମଏଏଚର ବ୍ୟାଟେରୀ ଦିଆଯାଇଛି । ଏହି ଫୋନର ୬ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୧୭୪୯୯ ଟଙ୍କା ରଖାଯାଇଛି ।
ଓପୋ ଏ୯୬ରେ ୮ଜିବି ର୍ୟାମ ସହିତ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଛି । ଏହାର ଇଂଟରନାଲ ମେମୋରୀକୁ ମାଇକ୍ରୋଏସଡି କାର୍ଡ ଜରିଆରେ ବଢାଯାଇପାରେ । ଏଥିରେ ୬.୫ ଇଂଚର ଡିସପ୍ଲେ ଦିଆଯାଇଛି । ଏହାସହିତ ଡୁଆଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ ୫୦ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ଏବଂ ଆଉ ୨ ମେଗାପିକ୍ସଲର ଏକ କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ୧୬ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଏବଂ ୫୦୦୦ ଏମଏଏଚର ବ୍ୟାଟେରୀ ଦିଆଯାଇଛି । ଏହାର ଦାମ୍ ୧୯,୯୯୯ ଟଙ୍କା ରଖାଯାଇଛି ।
ଓପୋ ଏ୧୬ଇ ର ଦୁଇଟି ଭ୍ୟାରିଆଣ୍ଟ ଲଞ୍ଚ କରିଛି କମ୍ପାନୀ । ୩ ଜିବି ର୍ୟାମ ସହିତ ୩୨ ଜିବି ଇଂଟରନାଲ ମେମୋରୀ ଏବଂ ୪ ଜିବି ର୍ୟାମ ସହିତ ୬୪ ଜିବି ଇଂଟରନାଲ ମେମୋରି । ଏହାର ଇଂଟରନାଲ ମେମୋରିକୁ ମାଇକ୍ରୋଏସଡି କାର୍ଡ ଜରିଆରେ ବଢାଯାଇ ପାରିବ । ଏଥିରେ ୬.୫୨ ଇଂଚର ଡିସପ୍ଲେ ଦିଆଯାଇଛି । ଏଥିରେ ୧୩ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୪୨୩୦ଏମଏଏଚର ବ୍ୟାଟେରୀ ଦିଆଯାଇଛି ।