ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ଓପୋ ଖୁବ୍ ଶୀଘ୍ର ଓପୋ ରେନୋ ୮ଟି ୫ଜି ସ୍ମାର୍ଟଫୋନ ଲଞ୍ଚ କରିପାରେ । ରିପୋର୍ଟ ମୁତାବକ, ଏହି ସ୍ମାର୍ଟଫୋନକୁ ଫେବୃଆରୀ ୮ ରେ ଲଞ୍ଚ କରିବ । ଏହାପରେ ଅନ୍ୟ ଦେଶରେ ଲଞ୍ଚ କରିବ । ଅବଶ୍ୟ ଭାରତରେ ଏହା କେବେ ଲଞ୍ଚ ହେବ ସେନେଇ କମ୍ପାନୀ ସ୍ପଷ୍ଟ କରିନି । କିନ୍ତୁ ଜଣେ ଟିପ୍ଷ୍ଟର ମୁକୁଲ ଶର୍ମା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କି , ବହୁତ ଶୀଘ୍ର ଭାରତରେ ମଧ୍ୟ ଏହି ଫୋନ ଲଞ୍ଚ ହେବ ଏବଂ ଦାମ୍ ମଧ୍ୟ ଖୁଲାସା କରିଛନ୍ତି ।
ସେ କହିଛନ୍ତି କି, ଇଂଟରନେଟରେ ସାମ୍ନାକୁ ଆସୁଥିବା ଖବର ମୁତାବକ, ଫେବୃଆରୀର ପ୍ରଥମ ସପ୍ତାହରେ ଏହି ଫୋନ ଭାରତରେ ଲଞ୍ଚ ହୋଇପାରେ । ଓପୋ ରେନୋ ୮ଟି ୫ଜି ଫୋନ ୨୭୦୦୦ ରୁ ନେଇ ୨୯୦୦୦ ହଜାର ମଧ୍ୟରେ ଆସିପାରେ ।
ଓପୋ ରେନୋ ୮ଟି ୫ଜି, ୧୦୮ ମେଗାପିକ୍ସଲ ର ପ୍ରାଇମେରୀ କ୍ୟାମେରା ସହିତ ଆସିପାରେ । ଏହାସହିତ ଏଥିରେ ୬୭ ୱାଟର ଫାଷ୍ଟ ଚାର୍ଜିଂ, ୩ଡି କ୍ୱାଡ ଡିଜାଇନ, ମାଇକ୍ରୋଲେନ୍ସ, ୮ଜିବି ର୍ୟାମ ଏବଂ ୧୨୮ଜିବି ଇଂଟରନାଲ ଷ୍ଟୋରେଜ ଆସିପାରେ । ସ୍ମାର୍ଟଫୋନରେ ୬.୬ ଇଂଚର ଏଲଇଡି ଡିସପ୍ଲେ ଆସିବ । ଯାହା ୧୨୦ଏଚଜେଡ ରିଫ୍ରେସ ରେଟ୍ କୁ ସପୋଟ କରିବ ।