ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଥାଇଲାଣ୍ଡରେ ଲଞ୍ଚ ହେଲା ଓପୋ ରେନୋ୭ ଜେଡ ୫ଜି । ଏହା ଦେଶରେ ରେନୋ ୭ ୫ଜି ଏବଂ ରେନୋ୭ ପ୍ରୋ ୫ଜି ନାମରେ ଘୋଷଣା ହୋଇଥିଲା । ଗତବର୍ଷର ରେନୋ୬ ଜେଡର ଉତ୍ତରାଧିକାରୀ ରୁପେ ରେନୋ୭ ଜେଡ ୫ଜି ଆସିଛି ।
ଆସନ୍ତୁ ଜାଣିବା ଓପୋ ରେନୋ୭ ଜେଡ ୫ଜିର ଜବରଦସ୍ତ ଫିଚର୍ସ:
ରେନୋ୭ ଜେଡ ୫ଜିରେ ୬.୪୩ ଇଂଚର ଏମୋଲେଡ ଡିସପ୍ଲେ ରହିଛି ।
ଯାହା ଫୁଲ ଏଚଡି ପ୍ଲସ ରିଜଲ୍ୟୁସନ, ୬୦ଏଚଜେଡ ରିଫ୍ରେସ ରେଟ, ୧୮୦ଏଚଜେଡ ଟଚ୍ ସ୍ୟାମ୍ପଲିଙ୍ଗ ରେଟ, ୪୦୯ପିପିଆଇ ପିକ୍ସଲ ଡେଂସିଟି ଏବଂ ୬୦୦ନିଟ୍ସ ବ୍ରାଇଟନେଓ ୯୦.୮ ପ୍ରତିଶତ ସ୍କ୍ରିନ୍-ଟୁ ବଡି ରେସିଓ ର ପଞ୍ଚ-ହୋଲ ସ୍କ୍ରିନ୍ ପ୍ରଦାନ କରୁଛି । ଏଥିରେ ୧୬ ମେଗାପିକ୍ସଲର ସେଲ୍ଫ କ୍ୟାମେରା ରହିଛି ।
ରେନୋ୭ ଜେଡ ୫ଜିର ରିୟର କ୍ୟାମେରା ସେଟଅପ ରେ ୬୪ ମେଗାପିକ୍ସଲର ମେନ୍ କ୍ୟାମେରା ରହିଛି । ଏହାସହିତ ୨ ମେଗାପିକ୍ସଲର ମୋନୋକ୍ରୋମ ଲେନ୍ସ ଏବଂ ୨ ମେଗାପିକ୍ସଲର ମ୍ୟାକ୍ରୋ କ୍ୟାମେରା ରହିଛି । ଏହି ଡିଭାଇସ କଲର ଓଏସ ୧୨ ଫ୍ଲେବର ବିଶିଷ୍ଟ ଆଣ୍ଡ୍ରୋଏଡ ୧୧ରେ ଚାଲିବ ।