ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦ୍ରୁତ ଗତିରେ ବଢି ଚାଲିଛି ଟେକ୍ନୋଲଜି । ଏଥିରେ ନୂଆ ନୂଆ ଢଙ୍ଗର ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଫୋଲ୍ଡେବୁଲ ଫୋନ ଠାରୁ ଆରମ୍ଭ କରି ରୋଲିଂ ଫୋନ୍ । ଏହାରି ମଧ୍ୟରେ ସାଉଥ କୋରିଆନ୍ କମ୍ପାନୀ ଏଲଜି ଭାରତରେ ଏଲଜି ୱିଙ୍ଗ ନାମକ ଏକ ସ୍ମାର୍ଟଫୋନ ଲଞ୍ଚ କରିଛି । ଯାହାର ସ୍କ୍ରିନ ରୋଟେଟ ହୋଇପାରିବ । ଏହି ଫୋନର ଡୁଆଲ ସ୍କ୍ରିନ ଡିଜାଇନ୍ ରହିଛି । ସେଥିରୁ ଗୋଟେ ସ୍କ୍ରିନ୍ ୯୦ ଡିଗ୍ରୀ କ୍ଲକୱାଇଜ ରୋଟେଟ ହୋଇଥାଏ, ଯେଉଁଥିରୁ ଟି ସେପ୍ ଡିଜାଇନ୍ ହୋଇଥାଏ । ସବୁଠାରୁ ଖାସ୍ କଥା ହେଉଛି ଆପଣ ଦୁଇଟି ଯାକ ସ୍କ୍ରିନ୍ କୁ ଏକାସଙ୍ଗରେ ବ୍ୟବହାର କରିପାରିବେ ।
ଭାରତରେ ଏହି ସ୍ମାର୍ଟଫୋନର ୧୨୮ ଜିବି ଭ୍ୟାରିଏଣ୍ଟ ର ଦାମ୍ ୬୯,୯୯୦ ଟଙ୍କା ରଖାଯାଇଛି । ବର୍ତ୍ତମାନ ଏହାର ୨୫୬ ଜିିବି ବିଶିଷ୍ଟ ଭ୍ୟାରିଏଣ୍ଟ ବଜାରରେ ଲଞ୍ଚ ହୋଇନାହିଁ । ଫୋନର ଦୁଇଟି କଲର ଅପସନ୍ ମିଳିବ । ଯେଉଁଥିରେ ଅରୋର ଗ୍ରେ ଏବଂ ଇଲ୍ୟୁଜନ ସ୍କାଇ ସାମିଲ ଅଛି । ନଭେମ୍ବର ମାସରୁ ଏହି ଫୋନ ଆପଣ କିଣି ପାରିବେ ।
ଏଲଜି ୱିଙ୍ଗ ଏକ ଡୁଆଲ ସିମ ସ୍ମାର୍ଟଫୋନ । ଯାହା ଆଣ୍ଡ୍ରୋଏଡ୧୦ ଅପରେଟିଙ୍ଗ ସିଷ୍ଟମରେ ଚାଲୁଛି । ଏହି ଫୋନରେ କ୍ୱାଲକମ ସ୍ନାପଡ୍ରାଗନ ୭୬୫ଜି ପ୍ରୋସେସର ବ୍ୟବହାର କରାଯାଇଛି । ଏଥିରେ ଦୁଇଟି ସ୍କ୍ରିନ ରହିଛି । ଯେଉଁଥିରେ ପ୍ରାଇମେରୀ ସ୍କ୍ରିନ ୬.୮ ଇଞ୍ଚ, ଯାହ ଏକ ଫୁଲଏଚଡି +ପି-ଓଏଲଇଡି ଡିସପ୍ଲେ । ଏହାବ୍ୟତିତ ଫୋନରେ ୩.୯ ଇଞ୍ଚର ଫୁଲଏଚଡି + ଜି-ଓଏଲଇଡି ଡିସପ୍ଲେ ଦିଆଯାଇଛି । ସେହିପରି ଫୋନରେ ୮ଜିବି ରାମ ଏବଂ ୧୨୮ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଛି ।