ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ପେମେଣ୍ଟ ସର୍ଭିସ ପ୍ଲାଟଫର୍ମ ପେଟିଏମ ଆରମ୍ଭ କରିଛି ବ୍ୟକ୍ତିଗତ ଋଣ ସେବା । ପେଟିଏମର କ୍ରେଡିଟ ସେବାକୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଁଚାଇବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଛି । ବର୍ଷକର ଯେକୌଣସି ସମୟରେ ଏହି ସେବାର ଲାଭ ଉଠାଇ ପାରିବେ । ଏପରିକି ଛୁଟି ଦିନରେ ବି ଋଣ ପାଇଁ ଆବେଦନ କରିପାରିବେ ।
ଏନବିଏଫସି ର ଟେକ୍ନୋଲୋଜି ଏବଂ ଡିଷ୍ଟ୍ରିବୁଶନ ପାର୍ଟନର ହେଉଛି ପେଟିଏମ । ଏହା ଛୋଟ ବ୍ୟବସାୟୀଙ୍କ ମାଲିକ ଏବଂ ପେଶାଗତଙ୍କୁ ଋଣ ସେବା ପହଁଚାଇବାରେ ସହାୟକ ହେବ । ଏହି ଋଣ ଏନବିଏଫସି ଏବଂ ବ୍ୟାଙ୍କ ତରଫରୁ ଦିଆଯିବ । ଏହି ପଦକ୍ଷେପ ଗ୍ରାହକଙ୍କ ପାଇଁ ଆନୁଷ୍ଠାନିକ ଆର୍ଥିକ ବଜାର ପରିସରକୁ ନୂତନ କ୍ରେଡିଟ ଆଣିବ । ଏବଂ ଛୋଟ ବ୍ୟାଙ୍କ ଆଉ ସହରର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଶକ୍ତ କରିବ ।
ବର୍ଷକର ୩୬୫ ଦିନରେ ଯେକୌଣସି ସମୟରେ କେବଳ ଦୁଇ ମିନିଟରେ ପେଟିଏମର ବ୍ୟକ୍ତିଗତ ଋଣ ମିଳିପାରିବ । ଏଥିରେ ୨ ଲକ୍ଷ ପର୍ଯ୍ୟନ୍ତ ଇଂଷ୍ଟାଣ୍ଟ ଋଣ ମିଳି ପାରିବ । କ୍ରେଡିଟ ସ୍କୋର ଏବଂ କିଣାକିଣି ପ୍ୟାଟର୍ଣ୍ଣ ଆଧାରରେ ଏହି ଋଣ ମିିଳିବ । ୧୮ ରୁ ୩୬ ମାସର ଇଏମଆଇରେ ଏହି ଋଣ ପରିଶୋଧ କରିପାରିବେ । ଏହି ସେବା ପାଇଁ ଅନେକ ବ୍ୟାଙ୍କ ଏବଂ ଏନବିଏଫସି ସହିତ ଡିଲ କରିଛି ପେଟିଏମ ।