ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ ସ୍ତରରେ କଞ୍ଚା ତେଲ ଶସ୍ତା ହେବା ଯୋଗୁଁ ଏହାର ଫାଇଦା ଘରୋଇ ବଜାରକୁ ହୋଇଛି । ଯାହାଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବା ଆରମ୍ଭ ହୋଇଛି । ଆଜି ପେଟ୍ରୋଲ ଦର ଲିଟର ପିଛା ୨୨ ରୁ ୨୩ ପଇସା କମିଥିବା ବେଳେ ଡିଜେଲ ଦର ଲିଟର ପିଛା ୨୦ ରୁ ୨୧ ପଇସା
କମିଛି ।
ଦିଲ୍ଲୀରେ ଗୋଟେ ଲିଟର ପେଟ୍ରୋଲ ପିଛା ଦର ୭୧.୪୯ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୬୪.୧୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୭୭.୧୮ ଟଙ୍କା ଏବଂ ଡିଜେଲ ୬୭.୧୩ ଟଙ୍କା ହୋଇଛି । ଅନ୍ୟପଟେ କୋଲକାତାରେ ପେଟ୍ରୋଲ ଦର ୭୪.୧୬ ଏବଂ ଡିଜେଲ ଦର ୬୬.୪୩ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୭୪.୨୮ ଟଙ୍କା ଏବଂ ଡିଜେଲ ୬୭.୬୫ ଟଙ୍କା ହୋଇଛି ।
ପ୍ରତ୍ୟେକ ଦିନ ସକାଳ ୬ଟାରେ ତେଲ କମ୍ପାନୀ ପକ୍ଷରୁ ଦର ପରିବର୍ତ୍ତନ କରାଯାଇଥାଏ । ସେହିପରି ନୂତନ ଦର ଜାଣିବାକୁ ହେଲେ ଆପଣ କମ୍ପାନୀର ୱେବସାଇଟ ଯାଇ ଦର ଜାଣିପାରିବେ । ନଚେତ୍ ମୋବାଇଲ ଫୋନ୍ ରେ ଏସଏମଏସ ଜରିଆରେ ବି ଆପଣ ରେଟ୍ ଚେକ୍ କରିପାରିବେ । ସେଥିପାଇଁ ଆପଣଙ୍କୁ ୯୨୨୪୯୯୨୨୪୯ ନମ୍ବରରେ ଏସଏମଏସ କରିବାକୁ ପଡିବ । ଆରଏସପି ସ୍ପେସ ପେଟ୍ରୋଲ ପମ୍ପ ଡିଲରଙ୍କ କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ ଏସଏମଏସ ପଠାଇ ପାରିବେ ।