ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ସରକାରୀ ତୈଳ କମ୍ପାନୀ ପକ୍ଷରୁ ପୁଣି ଆଜି ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଘଟିଛି । ପ୍ରତିଦିନ ତୈଳ ଦରରେ ନୂତନ ରେକର୍ଡ ଭାଙ୍ଗୁଛି । ଆଜି ଡିଜେଲ ଦରରେ ୩୨ ରୁ ୩୪ ପଇସା ପର୍ଯନ୍ତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦରରେ ୩୨ ରୁ ୩୪ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୯.୮୮ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୮୦.୨୭ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୯୧.୧୧ ଟଙ୍କା ଏବଂ ଡିଜେଲ ୮୩.୮୬ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୯୬.୩୨ ଟଙ୍କା ଏବଂ ଡିଜେଲ ଦର ୮୭.୩୨ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୯୧.୯୮ ଟଙ୍କା ଏବଂ ଡିଜେଲ ୮୫.୩୧ ଟଙ୍କା ରହିଛି ।
ପେଟ୍ରୋଲ ଏବଂ ଡିଜେଲ ଦର ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ,ଆପଣଙ୍କୁ ଆରଏସଏପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ ପଠାଇବାକୁ ହେବ । ପ୍ରତ୍ୟେକ ସହରର କୋଡ ଭିନ୍ନ ଭିନ୍ନ ହୋଇଥାଏ । ଯାହା ଆପଣଙ୍କୁ ଆଇଓସିଏଲ ର ୱେବସାଇଟ ମିଳିଯିବ ।
ସେହିପରି ପ୍ରତ୍ୟେକ ଦିନ ସକାଳ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।