ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନ ଦର ସ୍ଥିର ରହିବା ପରେ ଗତକାଲି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଥିଲା । ସେହିପରି ଆଜି ମଧ୍ୟ ସରକାରୀ ତୈଳ କମ୍ପାନୀ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଆଜି ଡିଜେଲ ଦରରେ ୨୯ ରୁ ୩୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦରରେ ୨୪ ରୁ ୨୭ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୯୧.୮୦ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୮୨.୩୬ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୯୧.୯୨ ଟଙ୍କା ଏବଂ ଡିଜେଲ ୮୫.୨୦ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୯୮.୧୨ ଟଙ୍କା ଏବଂ ଡିଜେଲ ଦର ୮୯.୪୮ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୯୩.୬୨ ଟଙ୍କା ଏବଂ ଡିଜେଲ ୮୭.୨୫ ଟଙ୍କା ରହିଛି ।
ପେଟ୍ରୋଲ ଏବଂ ଡିଜେଲ ଦର ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ,ଆପଣଙ୍କୁ ଆରଏସଏପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ ପଠାଇବାକୁ ହେବ । ପ୍ରତ୍ୟେକ ସହରର କୋଡ ଭିନ୍ନ ଭିନ୍ନ ହୋଇଥାଏ । ଯାହା ଆପଣଙ୍କୁ ଆଇଓସିଏଲ ର ୱେବସାଇଟ ମିଳିଯିବ ।
ସେହିପରି ପ୍ରତ୍ୟେକ ଦିନ ସକାଳ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।